ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡୋନେସିଆର ଜାଭାରେ ସୋମବାର ଦିନ ୧୨ଟା ବେଳେ ବଡ଼ଧରଣର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ଏହି ଭୂକମ୍ପରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।

ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ପଶ୍ଚିମ ଜାଭା ରାଜ୍ୟର କିଆଞ୍ଜୁର ସହର ରହିଥିଲା ଏବଂ ଏହା ଭୂମିରୁ ୧୦ କିମି ତଳେ ରହିଥିଲା । ଏହାର ଝଟକା ୧୦୦ କିମି ଦୂର ରାଜଧାନୀ ଜାକର୍ତ୍ତାରେ ମଧ୍ୟ ଅନୁଭୂତ ହୋଇଥିଲା । ଏଠାରେ ଲୋକମାନେ ନିଜ ଘରମାନଙ୍କରୁ ବହରିଆସିଥିଲେ।

ଉଦ୍ଧାରକାରୀ ଦଳ ଭାଙ୍ଗି ଯାଇଥିବା ଘରମାନଙ୍କରୁ ଲୋକ ମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ପରେ ମୃତକଙ୍କ ସଂଖ୍ୟା ଆହୁରି ବଢିପରେ ବୋଲି ଆଶଙ୍କା କରିଯାଉଛି।

ବିଲ୍ଡିଂରେ ଚାପି ହୋଇ ଅଧିକାଂଶ ଲୋକଙ୍କ ଗୋଡହାତ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳୁଛି। ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରର ଆଗ୍ନେୟଗିରି ଅଞ୍ଚଳ(ରିଙ୍ଗ ଅଫ ଫାୟାର)ରେ ଅବସ୍ଥିତ ଥିବାରୁ ଏଠାରେ ଅଧିକ ଭୂମିକମ୍ପ ହୋଇଥାଏ।

Tags: #Earthquake #Indonesia #Java #44Dead #300injured

LEAVE A REPLY

Please enter your comment!
Please enter your name here