ଓଡ଼ିଶା ଲାଇଭ୍ ବ୍ୟୁରୋ

ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି–ଟ୍ୱେଣ୍ଟି  ମ୍ୟାଚ୍ ଟାଇ ହୋଇଯାଇଛି। ଏହି ତିନି ମ୍ୟାଚ୍ ବିଶିଷ୍ଟ ଟି–ଟ୍ୱେଣ୍ଟି ସିରିଜରେ  ଭାରତ ୧-୦ ରେ ଆଗୁଆ ରହି ସିରିଜ ବିଜୟୀ ହୋଇଛି।

ନାପିୟରରେ ଖେଳାଯାଇଥିବା ଶେଷ ଟି–ଟ୍ୱେଣ୍ଟି ମ୍ୟାଚରେ ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତି ନେଇଥିଲା । ପ୍ରଥମେ ପ୍ରଥମେ ବ୍ୟାଟିଂ ୧୬୦ ରନରେ ଅଲଆଉଟ୍ ହୋଇଯାଇଥିଲା ନ୍ୟୁଜିଲାଣ୍ଡ।  ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନୱେ ୪୯ ବଲରୁ ୫୯ ରନ୍ ଓ ଗ୍ଲେନ ଫିଲିପ୍ସ ୩୩ ବଲରୁ ୫୪ ରନ୍ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ମହମଦ ସିରାଜ ୪ଟି ଲେଖାଏଁ  ୱିକେଟ ନେଇଥିଲେ।

୧୬୧ ରନର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ବିପର୍ଜୟର ସାମନା କରିଥିଲା।  ଭାରତ ପକ୍ଷରୁ ଇଶାନ କିଶନ ୧୦ ରନ ଓ ଋଷଭ ପନ୍ତ ୧୧ ରନ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ହାର୍ଦିକ ପାଣ୍ଡ୍ୟା ୩୦ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦି ୨ଟି  ୱିକେଟ ନେଇଥିଲେ।

ଭାରତର ସ୍କୋର ୭୫ରେ ୪ ଟି ୱିକେଟ ଥିବାବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା। ପରେ ଡକବାର୍ଥ ଲୁଇସ ପ୍ରଣାଳୀରେ ଏହି ୭୫ ରନର ସ୍କୋରକୁ ଦେଖାଯାଇ ମ୍ୟାଚକୁ ଟାଇ ଘୋଷଣା କରାଯାଇଥିଲା। ଏହି ମ୍ୟାଚରେ ମହମଦ ସିରାଜ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଛନ୍ତି। ଏହି ସିରିଜରେ ସୁର୍ଯକୁମାର ଯାଦବଙ୍କୁ ଦମଦାର ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ସିରିଜ୍ ପୁରସ୍କାର ଦିଆଯାଇଛି।

ଏହି ତିନି ମ୍ୟାଚ୍ ବିଶିଷ୍ଟ ଭାରତ-ନ୍ୟୁଜିଲାଣ୍ଡ ଟି–ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲେ। ତେଣୁ ଆଜିର ମ୍ୟାଚ୍ ଟାଇ ରହିବାରୁ ଭାରତ ଏହି ଟି–ଟ୍ୱେଣ୍ଟି ସିରିଜ ଜିତିନେଇଛି।

ଏହାପରେ ନଭେମ୍ବର ୨୫ ତାରିଖରୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା। ଏହାର ପ୍ରଥମ ମ୍ୟାଚ୍ ଅକଲ୍ୟାଣ୍ଡରେ ଖେଳାଯିବ।

Tags: #IndiaNewzealandseries #Cricket #t-20 #BCCI #Hardikpandya #Timsouthee

Comment