ଓଡ଼ିଶାଲାଇଭ୍ ବ୍ୟୁରୋ

pregnentwomen death

ବଦ୍ୟୁତ୍ ଆଘାତରେ ଜଣେ ୧୦ ମାସର ଶିଶୁର ଜୀବନ ଚାଲିଗଲା। ଏହିଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାଉନଥାନା ଅନ୍ତର୍ଗତ ମାଳିସାହିରେ। ମୃତ ଶିଶୁ ହେଉଛି ୩ ନମ୍ବର ଓ୍ଵାର୍ଡର ପଙ୍କଜ ସାହୁଙ୍କ ପୁଅ।

ବୁଧବାର ରାତିରେ ସବୁଦିନ ପରି ଖାଇପିଇ ବାପାମା’ଙ୍କ ସହ ଶୋଇଥିଲା ପୁଅ। ରାତି ପାହିଲେ ପୁଣି ପୁଅର ହସରେ ପୂରି ଉଠିଥାନ୍ତା ଘର। କିନ୍ତୁ ସକାଳୁ ସକାଳୁ ବିଦ୍ୟୁତ୍ ଆଘାତରେ ଚାଲିଯାଇଥିଲା ପୁଅର ଜୀବନ। ଶିଶୁଟିର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ ପୁଅ ଶୋଇଥିବାବେଳେ ବାପା ମା’ ନିଜ ନିକ କାମରେ ଲାଗିପଡ଼ି ଥିଲେ। ପୁଅର ଉଠିବା ବେଳ ଗଡ଼ିଯିବାରୁ ପୁଅକୁ ଉଠେଇବାକୁ ମା’ ଯାଇଥିଲେ। କିନ୍ତୁ ମା’ ଯାହା ଦେଖିଲେ, ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ସବୁ ଯେମିତି ଓଲଟପାଲଟ ହୋଇଗଲା। ଫ୍ୟାନ ଲଗାଇବାକୁ ତଳେ ରଖାଯାଇଥିବା ବୋର୍ଡ ପାଖରେ ପଡ଼ି ପୁଅ ଛଟପଟ ହେଉଥିବା ଦେଖି ତାକୁ ତୁରନ୍ତ ପରିବାର ଲୋକେ ନେଇଯାଇଥିଲେ ସ୍ଥାନୀୟ ଡାକ୍ତରଖାନାକୁ। କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

Tags: #Nayagarh #Dashapala #Death #BabyBoy #Electricshock

Comment