ଓଡ଼ିଶା ଜୁଡିସିଆଲ୍ ସର୍ଭିସ (ଓଜେଏସ୍) ପରୀକ୍ଷା -୨୦୨୧ରେ ଟପ୍ପର ହୋଇଛନ୍ତି ଆଦ୍ୟାଶା ମିଶ୍ର। ପ୍ରଥମ ଚେଷ୍ଟାରେ ହିଁ ଓଜେଏସ୍ କ୍ରାକ୍ କରି ରାଙ୍କ-୧ରେ ରହିଛନ୍ତି ସେ। ପିଲାଟି ଦିନରୁ ଭଲ ପାଠ ପଢ଼ୁଥିବା ଆଦ୍ୟାଶା ଡାକ୍ତରୀ, ଇଂଜିନିଅରିଂ ନୁହେଁ ବରଂ ଆଇନ ପାଠ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଅବହେଳିତ ଶିଶୁ ଏବଂ ମହିଳାମାନଙ୍କ ଅଧିକାର ଲାଗି କାମ କରିବେ ବୋଲି କହନ୍ତି ଆଦ୍ୟାଶା।

Comment