ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ) ପରୀକ୍ଷା ୨୦୨୨ରେ ସଫଳତା ହାସଲ କରିଛନ୍ତି ମୟୂରଭଞ୍ଜର ଚେତନ ଲାଢ଼ା। ଚେତନ ସଫଳତା ତାଲକାରେ ୨୯ ନମ୍ବର ସ୍ଥାନରେ ରହିଛନ୍ତି। ଚେତନଙ୍କ ସଫଳତା ପାଇଁ କେବଳ ପରିବାର ନୁହେଁ ସାରା ଜିଲ୍ଲାବାସୀ ଗର୍ବ ଅନୁଭବ କରୁଛନ୍ତି।

ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ବାସିନ୍ଦା ମଦନ ଲାଢ଼ା ଏବଂ ପୁଷ୍ପା ଲାଢ଼ାଙ୍କ ପୁଅ ହେଉଛନ୍ତି ଚେତନ ଲାଢ଼ା। ବାରିପଦାରୁ ପ୍ରାରମ୍ଭିକ ଶିକ୍ଷା ଶେଷ ହେବା ପରେ ରାୟପୁରସ୍ଥିତ ହିଦାୟତୁଲ୍ଲା ନ୍ୟାସନାଲ ଲ’ ୟୁନିଭର୍ସିଟିରୁ ଇଣ୍ଟିଗ୍ରେଟେଡ ଲ’ରେ ଡିଗ୍ରୀ ହାସଲ କରିଥିଲେ ଚେତନ। ଏହା ପରେ ସେ ଭୁବନେଶ୍ୱରରେ ଓଡ଼ିଶା ଜୁଡିସିଆଲ ସର୍ଭିସ ପରୀକ୍ଷା ପାଇଁ କୋଚିଂ ନେଉଥିଲେ।

ଏହି ସଫଳତା ପାଇଁ ଚେତନ ଲାଢ଼ାଙ୍କୁ ଖୁବ ପରିଶ୍ରମ କରିବାକୁ ପଡ଼ିଥିଲା। ଦିନକୁ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସେ ନିଜକୁ ପ୍ରସ୍ତୁତ କରୁଥିଲେ। ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ ନିଶ୍ଚିତ ସଫଳତା ଦେବ ବୋଲି କହିଛନ୍ତି ବାରିପଦାର ଚେତନ ଲାଢ଼ା।

Tags: #OPSC #OJS #OdishaJudicialServiceExamination2022 #Result #Career #Odisha

Comment