ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରପଡ଼ା ଜିଲ୍ଲା ବାଲିଆ ବଜାର ବାଣ ପ୍ରତିଯୋଗିତା ଓ ବିସ୍ଫୋରଣ ଘଟଣାରେ ସୋମବାର ଦିନ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଛି। ଆଜି କଟକ ବଡ଼ ମଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଖାନ ନାମକ ଯୁବକଙ୍କର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ବାଣୁଆ ଉଦୟ ଭୋଇଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଗତ ୨୩ ତାରିଖ ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ଵର ଭସାଣି ଉତ୍ସବ ଚାଲିଥିଲା। ଶତାଧିକ ଲୋକ ଭସାଣି ଦେଖିବାକୁ ଜମା ହୋଇଥିଲେ। ବାଜା ଏବଂ ଫାଣ ଫୁଟାଇ ଭସାଣୀ ଉତ୍ସବ ଚାଲିଥିଲା। ଏହି ସମୟରେ ହୋଇଥିଲା ବାଣ ପ୍ରତିଯୋଗିତା। ଦୁଇ ଗୋଷ୍ଠୀ ବାଣ ପ୍ରତିଯୋଗିତାରେ ଲାଗିଥିବାବେଳେ ପ୍ରତିଯୋଗିତା ପାଇଁ ଗଚ୍ଛିତ ରହିଥିବା ବାଣ ଗଦାରେ ନିଆଁ ଲାଗିଥିବାରୁ ଭୟଙ୍କର ଭିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୪୦ରୁ ଊର୍ଦ୍ଧ୍ଵ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ଏହି ଘଟଣାରେ ସଦର ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଲିଆ ଅଞ୍ଚଳର ବୁଲୁ ମଲ୍ଲିକ, ଅରକ୍ଷିତ ମଲ୍ଲି ଏବଂ ଚିଲୁ ଦାସ।

Tags: #Crackers #FireCracker #CrackerBrust #Death #Bhashani #CrackersCompetition

Comment