ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତରେ ଥରୁଛି ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ ଓଡ଼ିଶା ବିଶେଷ ଭାବେ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୂଭତ ହେଉଛି କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ଗଜପତି ଜିଲ୍ଲାରେ ଶୀତର ପରିମାଣ ଅଧିକ ରହିଛି ରାତିରେ ପାରଦ କମିବା ପରେ ଶୀତର ପ୍ରକୋପ ମଧ୍ୟ ବଢ଼ୁଛି ଏହା ସହ ଘନ କୁହୁଡ଼ି ଯୋଗୁଁ ଯାତାୟତରେ ଅସୁବିଧା ଉପୁଜୁଥିବା ଦେଖିବାକୁ ମିଳୁଛି

କନ୍ଧମାଳ ଜିଲ୍ଲାରେ କିଛି ଦିନ ଧରି ଆକାଶ ମେଘମୁକ୍ତ ହେବା ପରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିଠାରେ ପ୍ରବଳ ଜାଡ଼ ଅନୁଭୂତ ହେବାରେ ଲାଗିଛି ଲୋକେ ଶୀତରୁ ଟିକିଏ ନିସ୍ତାର ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି ଛୋଟ ପିଲାମାନେ ସକାଳୁ ସକାଳୁ ଖେଳ ପଡ଼ିଆରେ ବ୍ୟାୟାମ କରିବା ସହ ବୟସ୍କ ଲୋକେ ମର୍ଣ୍ଣଂ ଓ୍ୱାକ୍ କରୁଥିବା ଦେଖିବାକୁ ମିଳିଛି ଶୀତର ପ୍ରକୋପ ଯୋଗୁ ଆଦିବାସୀ ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକେ ଅଧିକ ହଇରାଣ ହେଉଛନ୍ତି

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ସମେତ ଜି.ଉଦୟଗିରି, ରାଇକିଆ, ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, ବେଲଘର ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି

ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଶୀତ ସାଙ୍ଗକୁ ଘନକୁହୁଡ଼ି ଦେଖିବାକୁ ମିଳିଛି ଶୀତ ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି

Tags: #WinterUpdate #OdishaColdWave #Kandhamala #Fog #Odisha #Daringbadi #GUdayagiri #Koraput

Comment