ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୫ ରୁ ବସିବ ଜି-୨୦ ବୈଠକ। ଏହି ବୈଠକରେ ଯୋଗ ଦେବା ପାଇଁ ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଛି।

୬ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ଵର ଫେରିବେ। ୨୦୨୩ ମସିହା ନଭେମ୍ବର ଯାଏଁ ଭାରତ ଜି-୨୦ ଅଧ୍ୟକ୍ଷ ରହିବ। ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ। ରାଜସ୍ଥାନ ଉଦୟପୁରରେ ଆଜି ସଂଧ୍ୟାରେ ବସିବ ପ୍ରଥମ ବୈଠକ। ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଜି-୨୦ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ହେବ। ଯାହାଦ୍ଵାରା ଭାରତର ଐତିହ୍ୟକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ। ୟୁନେସ୍କୋ ବିଶ୍ଵ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ସ୍ଥାନ ନିକଟରେ ୫ଟି ବୈଠକ ଆୟୋଜିତ ହେବ।

ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ। ୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ୨ଟି ଅନ୍ୟ ଐତିହ୍ୟ ସ୍ଥଳଗୁଡ଼ିକରେ ଗୋଟିଏ ଲେଖାଏଁ ବୈଠକ ହେବ।

Tags: #G20Summit #India #PMO #NarendraModi #CMO #NaveenPatnaik #Odisha #WorldHeritagePlace #Delhi

LEAVE A REPLY

Please enter your comment!
Please enter your name here