ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ପକ୍ଷରୁ ସ୍ଵତନ୍ତ୍ର ‘ହ୍ଵାଟ୍ସଆପ୍ ସେବା’ର ଶୁଭାରମ୍ଭ କରାଯାଇଛି। ଏଲଆଇସିର ଚେୟାରମ୍ୟାନ୍ ଏମ୍.ଆର୍. କୁମାର ଏହି ହ୍ଵାଟ୍ସଆପ୍ ସେବାକୁ ଆରମ୍ଭ କରିଛନ୍ତି। ଏଲଆଇସିର ବୀମାଧାରକ ଯେଉଁମାନେ ଏଲଆଇସିର ପୋର୍ଟାଲରେ ନାମ ପଞ୍ଜୀକରଣ କରିଛନ୍ତି ଏହି ହ୍ଵାଟ୍ସଆପ୍ ସେବାର ଲାଭ ଉଠାଇ ପାରିବେ।
ବୀମାଧାରୀ ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରୁ ଏଲ୍ଆଇସିର ସ୍ଵତନ୍ତ୍ର ମୋବାଇଲ ନମ୍ବର ୮୯୭୬୮୬୨୦୯୦କୁ ‘ହାଏ’ କହି ହ୍ଵାଟ୍ସଆପ୍ରେ ମସେଜ କଲେ ବୀମାଧାରୀମାନେ ୧୧ଟି ପ୍ରମୁଖ ସେବା ପାଇପାରିବେ। ଏହି ହ୍ଵାଟ୍ସଆପ୍ ସେବାରେ ବୀମାଧାରକଙ୍କୁ ବକେୟା ପ୍ରିମିୟମ, ବୋନସର ସୂଚନା, ପଲିସି ଷ୍ଟାଟସ, ଲୋନ ସମ୍ଭନ୍ଧୀୟ ସୂଚନା, ପ୍ରିମିୟମ ରସିଦ ମିଳିବା ଭଳି ଅନ୍ୟାନ୍ୟ ସୁବିଧା ମିଳିପାରିବ। ଏଲଆଇସି ବୀମାଧାରକମାନେ ନିଜ ଆବଶ୍ୟକ ଅନୁସାରେ ଏହି ସେବା ଗୁଡିକର ଫାଇଦା ନେଇପାରିବେ।
ଏବେ ଏହି ସେବା କେବଳ ଏଲଆଇସିର ପୋର୍ଟାଲରେ ପଞ୍ଜୀକୃତ ବୀମାଧାରକଙ୍କୁ ମିଳିବ। ପଞ୍ଜୀକୃତ ହୋଇ ନଥିବା ବୀମାଧାରକ ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ଏହି ସୁବିଧା ପାଇ ପାରିବେ।
Tags: #LIC #WhatsAppServices #Policyholders #LifeInsurance #India