ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଅନ୍ତର୍ଗତ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦେଶରେ ଥିବା ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକୁ ନୋଟିସ ଜାରି କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଛୋଟ ପିଲାମାନଙ୍କ ଦୟନୀୟ ଅବସ୍ଥାର ବିଜ୍ଞାପନ ଦେଖାଇ ଅନୁଦାନ ମାଗିବାକୁ ଏହି ନୋଟିସରେ ବାରଣ କରାଯାଇଛି। ଏହାନେଇ ଜଣେ ସାଂସଦଙ୍କ ଅଭିଯୋଗ କରିବା ପରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୋଗର ସଚିବ ରୂପାଲୀ ବାନାର୍ଜୀ ସିଂହ ଏହି ନୋଟିସ ଜାରି କରିଛନ୍ତି।

ଦେଶରେ କିଛି ସ୍ଵେଚ୍ଛାସେବୀ ସଙ୍ଗଠନ କେତେକ ଗଣମାଧ୍ୟମରେ ଛୋଟ ଛୋଟ ପିଲାମାନଙ୍କ ଦୟନୀୟ ସ୍ଥିତିର ବିଜ୍ଞାପନ ଦେଇ ଏହା ଜରିଆରେ ଦେଶ ବିଦେଶରୁ ଅନୁଦାନ ଗ୍ରହଣ କରୁଥିଲେ, ଏହାକୁ ନେଇ କିଛିଦିନ ତଳେ ଜଣେ ସାଂସଦ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପାଖରେ ଅଭିଯୋଗ କରିଥିଲେ। ଆୟୋଗ ମଧ୍ୟ ପୂର୍ବରୁ ଏହିଭଳି ଘଟଣା ହେଉଥିବାର ଖବର ପାଇଥିଲା। ପିଲାମାନଙ୍କର ଏଭଳି ବିଜ୍ଞାପନ ଦେଇ ଅନୁଦାନ ଗ୍ରହଣ କରିବା, ଜୁଭିନାଇଲ୍ ଜଷ୍ଟିସ ଆକ୍ଟ ୨୦୧୫ର ଖିଲାପ ଅଟେ। ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକୁ  ଏଭଳି କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ଆୟୋଗ ପକ୍ଷରୁ ତାଗିଦ କରାଯାଇଛି।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କ’ଣ ?

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦେଶରେ ନାବାଳକମାନଙ୍କ ଅଧିକାରର ସୁରକ୍ଷା ପାଇଁ ଗଠିତ ହୋଇଥିବା ଏକ ବୈଧାନିକ ସମିତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ନିୟମ ୨୦୦୫ର ଅନୁଚ୍ଛେଦ ୩ ଅନୁଯାୟୀ ଏହା ଗଠିତ ହୋଇଥିଲା। ଏହି ଆୟୋଗ ଦେଶରେ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧ, ପୋକ୍ସୋ ଆକ୍ଟ ଅନ୍ତର୍ଗତ ମମାଲା, ଚାଇଲ୍ଡ ଟ୍ରାଫିକିଂ ଭଳି ଅପରାଧଗୁଡ଼ିକର ତଦାରଖ କରେ। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପାଖରେ ସିଭିଲ କୋର୍ଟ ଭଳି ଶିଶୁ ଅଧିକାର ସମ୍ବନ୍ଧୀୟ ମାମଲାର ଶୁଣାଣି କରିବାର ଅଧିକାର ରହିଛି।

Tags: #NCPCR #Notice #NGO #Childadvertisement #Deplorablecondition #Funding #ChildRights #India

LEAVE A REPLY

Please enter your comment!
Please enter your name here