ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ପର୍ଯ୍ୟଟକଙ୍କ କାର ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ। ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କିରିକୁଟି ହାଇସ୍କୁଲ ନିକଟ ଡୁଡୁବାଡ଼ି ପୋଲ ଉପରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମୃତ ଦମ୍ପତି ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା କଲୋନୀ ସାହିର କାମଦେବ ଦିଗାଲ (୬୩) ଓ ତାଙ୍କ ପତ୍ନୀ ବିବିକା ଦିଗାଲ (୫୭)।

କିଛି ପର୍ଯ୍ୟଟକ ବଲାଙ୍ଗୀର ଜିଲ୍ଲାରୁ ଦାରିଙ୍ଗବାଡ଼ି ବୁଲିବାକୁ ଆସି ଫେରୁଥିବା ସମୟରେ ସୋମବାର ଦିନ ୫୯ ନମ୍ବର ଜାତୀୟ ରାଜପଥ କିରିକୁଟି ହାଇସ୍କୁଲ ନିକଟ ଡୁଡୁବାଡ଼ି ପୋଲ ଉପରେ ଲୁନାରେ ଯାଉଥିବା କାମଦେବ ଏବଂ ତାଙ୍କ ପତ୍ନୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବିବାକା ଦିଗାଲଙ୍କର ମୃତ୍ୟୁ ହୋଇଥିବାବେଳେ କାମଦେବ ଦିଗାଲଙ୍କୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ  ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୋଶିକ ମାଝି ସୂଚନା ଦେଇଛନ୍ତି। ପୋଲିସ୍ ଉଭୟ ଲୁନା ଏବଂ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Phulbani #RoadAccident #Death #Daringbadi

Comment