ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଚ୍ଛାପଡ଼ା ଥାନା ମାଟାକୁପା ସଂରକ୍ଷିତ ଜଙ୍ଗଲରେ ମଙ୍ଗଲବାର ଯବାନ ଓ ମାଓବଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଛି। ଏଥିରେ ୨  ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ଡିଜି ସୁନୀଲ ବଂଶଲ ସ୍ପଷ୍ଟ କରିଛନ୍ତି। ମାଓ ଶିବିର ଠାବ ହେବାପରେ ବହୁ ସାମଗ୍ରୀ ଜବତ ମଧ୍ୟ ହୋଇଥିବା ସୁଚନା ମିଳିଛି।

କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସିମାନ୍ତ ଗୋଚ୍ଛାପଡ଼ା ଥାନା ମାଟାକୁପା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କନ୍ଧମାଳ ଜିଲ୍ଲା ପୋଲିସ ଏସଓଜି ଓ ଡିବିଏଫ ପକ୍ଷରୁ କମ୍ବିଂ ଅପେରସନ ଚାଲିଥିବା ବେଳେ ଜଙ୍ଗଲ ମଧ୍ୟରେ ବହୁ ମାଓବାଦୀ ରହିଥିବା ଦେଖିବାକୁ ମିଳିଥିଲା। ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିବା ପରେ ଯବାନ ପାଲଟା ଗୁଳି ବିନିମୟ କରିଥିଲେ।

ପାଖାପାଖି ଏକ ଘଣ୍ଟାର ମାଓବାଦୀମାନଙ୍କ ସହିତ ଏସଓଜି ଟିମ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟ ବେଳେ ୨ ମହିଳା ମାଓବାଦୀ ମୃତ୍ୟୁ ହୋଇଥିବା ସହ କିଛି ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ମାଓକ୍ୟାମ୍ପରୁ ଗୋଟିଏ ଇନସାସ୍ ବନ୍ଧୁକ , ୧୧ ରାଉଣ୍ଡ ଗୁଳି, ଗୋଟିଏ ଆଇଡି ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। ବର୍ତମାନ ମଧ୍ୟ ସେହି ଜଙ୍ଗଲରେ ଏସଓଜି ଓ ଡିଭିଏଫ ଟିମ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି।

Tags: #TwoWomenMaoists #Death #Odisha #Kandhamal #Boudh #Boarder #ExchangeofFire

LEAVE A REPLY

Please enter your comment!
Please enter your name here