ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଧନୁ ସଂକ୍ରାନ୍ତି ଅର୍ଥାତ ଆଜିଠାରୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ଏହି ପହିଲି ଶ୍ରୀଜିଉଙ୍କୁ ଅର୍ପଣ କରାଯିବ। ଏଥିପାଇଁ  ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି।

ଏହି ଏକ ମାସ ମା ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି। ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ବିଭିନ୍ନ ପ୍ରକାର ବ୍ୟଞ୍ଜନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ଲାଗି କରାଯାଇଛି।

ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନିତୀ ବଢିବା ପରେ ପହିଲି ଭୋଗ ଲାଗି କରାଯାଏ। ମହାପ୍ରଭୁଙ୍କୁ ଏହି ମାସକ ଯାକ ସ୍ୱତନ୍ତ୍ର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

Tags: #JagannathTemple #PahiliBhoga #MaaLaxmi #MataJasoda #DhanuSankranti #Rituals

Comment