ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ନିକଟସ୍ଥ କୃଷ୍ଣପ୍ରସାଦ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ବିପକ୍ଷ ଗୋଷ୍ଠୀଙ୍କ ଗୁଳିମାଡ଼ରେ ଗ୍ରାମର ଅନିରୁଦ୍ଧ ନାୟକଙ୍କର ମୃତ୍ୟୁ ହୋଇଛି। ଏହି ସଂଘର୍ଷରେ ୧୦ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ମୃତ ଅନିରୁଦ୍ଧ ନାୟକ ଭାରତୀୟ ସେନା ବାହିନୀର କର୍ମଚାରୀ। ସେ ଦିନକ ପୂର୍ବରୁ ଗାଁକୁ ଆସିଥିଲେ। କୌଣସି କାରଣରୁ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ରକ୍ତାକ୍ତ ସଂଘର୍ଷ ହୋଇଥିଲା।

ଅନିରୁଦ୍ଧଙ୍କ ଛାତି ଓ କାନ୍ଧରେ ୧୨ ରାଉଣ୍ଡ ଗୁଳି ବାଜିଥିବା କୁହାଯାଉଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ଉଦ୍ୟମ ଜାରି ରହିଛି। ରାଜନୈତିକ ବିବାଦ ନା ବ୍ୟକ୍ତିଗତ କାରଣରୁ ଏହି ବିବାଦ ଘଟିଛି ତା’ର ତଦନ୍ତ ଆରମ୍ଭ ହୋଇଛି।

Tags: #Nayagarh #KrushanPrasadVillage #OneKilled #Firing

LEAVE A REPLY

Please enter your comment!
Please enter your name here