ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଖରୀରେ ବୁଡ଼ି ୩ ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗାଁରେ। ଗ୍ରାମ ନିକଟ ବଣପାଟିଆଠାରେ ଖୋଳା ଯାଇଥିବା ଏକ ନୂଆ ପୋଖରୀରେ ତିନି ଜଣ ବାଳକ ବୁଡ଼ି ଯାଇଥିଲେ।

ଶୁକ୍ରବାର ଦିନ ୧ଟା ବେଳେ ସାତଭାୟା ଗାଁର କିଛି ପିଲା ବଣପାଟିଆଠାରେ ଖୋଳାଯାଇଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତିନି ଜଣ ପିଲା ପୋଖରୀରେ ବୁଡ଼ିଯାଇଥିଲେ। ୩ ଜଣ ନାବାଳକ ପୋଖରୀରେ ବୁଡ଼ି ଯାଇଥିବା ନେଇ ଗ୍ରାମବାସୀ ଖବର ପାଇବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ। ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନଙ୍କର ବୟର ୧୧ରୁ ୧୩ ବର୍ଷ ମଧ୍ୟରେ ହେବ ବୋଲି ଡାକ୍ତର କରିଛନ୍ତି।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଳି ପଠାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନର କରାଯିବ।

Tags: #ThreeDead #Kendrapara #SatabhayaVillage #Accident

Comment