ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କୋଭିଡ୍ ଟୀକାକରଣ ଲାଗି କେନ୍ଦ୍ର ସରକାର ଭାରତ ବାୟୋଟେକ୍‌ର ନାଜାଲ୍ ଭ୍ୟାକ୍ସିନ୍ ‘ଇନକୋଭ୍ୟାକ୍’କୁ ମଞ୍ଜୁରୀ ଦେଇଛନ୍ତି। କୋ-ୱିନ ଆପରେ ବୁକିଂ ପାଇଁ ଏହି ନାଜାଲ୍ ଭ୍ୟାକ୍ସିନକୁ ସାମିଲ କରାଯାଇଛି। ଏହା ଫଳରେ ଦେଶର କୋଭିଡ୍ ଟୀକାକରଣ ଅଭିଯାନକୁ ଏକ ନୂଆ ବଳ ମିଳିବ। ଏହି ଇନକୋଭ୍ୟାକ୍ ହେଉଛି କୋଭିଡ୍ ଟୀକାକରଣ ପାଇଁ  ଅନୁମତି ଦିଆଯାଇଥିବା ବିଶ୍ଵର ପ୍ରଥମ ନାଜାଲ୍ ଭ୍ୟାକ୍ସିନ୍। ପ୍ରାରମ୍ଭିକ ଭାବେ ଇନକୋଭ୍ୟାକ୍ ଟୀକା ଘରୋଇ ଟୀକାକରଣ କେନ୍ଦ୍ରରେ ଉପଲବ୍ଧ ରହିବ।

ଭାରତ ବାୟୋଟେକ୍‌ ୨୦୨୦ ମସିହାରୁ ପ୍ରସ୍ତୁତ କରୁଥିବା ଏହି ନାଜାଲ୍ ଭ୍ୟାକ୍ସିନକୁ ୩ଟି ଫେଜରେ ଟ୍ରାଏଲ କରିଥିଲା। ଏହାର ପରୀକ୍ଷଣ ରିପୋର୍ଟକୁ ସ୍ଵାସ୍ଥ୍ୟ ମନ୍ତ୍ରାଳୟକୁ ପଠାଯାଇଥିଲା। ସ୍ଵାସ୍ଥ୍ୟ ବିଭାଗ ଏହି ଟୀକାର ଜରୁକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେବାପରେ ଏହାକୁ ୧୮ ବର୍ଷରୁ ଅଧିକ ବୟସର ଲୋକମାନଙ୍କର ବୁଷ୍ଟର ଡୋଜ ଭାବେ ଉପଲବ୍ଧ କରାଯିବ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ନାଜାଲ୍ ଭ୍ୟାକ୍ସିନ୍ ଦୁଇ ପ୍ରକାର ବାଟରେ କୋଭିଡ୍‌ରୁ ସୁରକ୍ଷା ପ୍ରଦାନ କରିବ। ପୂର୍ବରୁ ଆସିଥିବା କୋଭିଡ୍‌ ଟୀକାଗୁଡ଼ିକ ଭଳି ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ଏବଂ ନାକ ଓ ଗଳା ବାଟେ ଶରୀରକୁ କରୋନା ଭୂତାଣୁ ପ୍ରବେଶକୁ ମଧ୍ୟ ରୋକିବାରେ ସମର୍ଥ ହେବ।

Tags: #CovidVaccine #NasalVaccine #Incovacc #Emergencyapproval #HealthDept #GovtofIndia

 

LEAVE A REPLY

Please enter your comment!
Please enter your name here