ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ନାବାଳିକା ଗଣ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ଲିପୁନ ନାଏକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଏହି ମାମଲର ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ରହିଥିବାରୁ ଜୁଭେନାଇଲ କୋର୍ଟରେ ତା’ର ବିଚାର ଚାଲିଛି।

ଗତ ୨୦୧୮ ମସିହା ଜୁନ ୨୮ ତାରିଖ ସନ୍ଧ୍ୟାରେ ଜଣେ ନାବାଳିକା ତାଙ୍କ ବାପାଙ୍କ ସହ ପର୍ତ୍ତୁମାହାଠାରୁ ଘରକୁ ଫେରୁଥିଲେ। ନାବାଳିକାଙ୍କ ବାପା ଶାରୀରିକ ଅକ୍ଷମ ହୋଇଥିବାରୁ ସେ ଝିଅଠାରୁ ପ୍ରାୟ ୩୦୦ ମିଟର ବ୍ୟବଧାନରେ ଯାଉଥିଲେ। ନାବାଳିକାଙ୍କୁ ଏକୁଟିଆ ଦେଖି ଦାରିଙ୍ଗବାଡ଼ି ପର୍ତ୍ତୁମାହା ଗ୍ରାମର ଲିପୁନ ନାୟକ ଏବଂ ଅନ୍ୟ ଜଣେ ନାବାଳକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ଝିଅକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀଙ୍କୁ ଡାକି ଥିଲେ ନାବାଳିକାଙ୍କ ବାପା। ଗ୍ରାମବାସୀ ଅଭିଯୁକ୍ତଙ୍କ କବଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଲିପୁନ ଏବଂ ନାବାଳକ ବିରୋଧରେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ପୋଲିସ ଲିପୁନ ଏବଂ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲା। ଲିପୁନକୁ କୋର୍ଟ ଆଜୀବନ ଦଣ୍ଡାଦେଶ ଦେଇଥିବାବେଳେ ଅନ୍ୟ ତମ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତା’ର ବିଚାର ଜୁଭେନାଇଲ କୋର୍ଟରେ ଚାଲିଛି।

Tags: #Phulbani #PhulbaniCourt #Rape #Crime #MinerGirlRapist #LifetimeImprisonment

LEAVE A REPLY

Please enter your comment!
Please enter your name here