ଓଡ଼ିଶାଲାଇଭ୍ ବ୍ୟୁରୋ

ମକର ମେଳାରେ ଅଘଟଣ। ଶନିବାର ଦିନ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ନୃସିଂହନାଥ ପୀଠରେ ଦଳାଚକଟାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଉପଯୁକ୍ତ ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମକର ସଂକ୍ରାନ୍ତି ଥିବାରୁ ନୃସିଂହନାଥ ପୀଠକୁ ଶହ ଶହ ସଂଖ୍ୟାରେ ଭକ୍ତ ଆସିଥିଲେ। ଏହି ଅବସରରେ ଟି-ବ୍ରିଜରେ ପ୍ରବଳ ଭିଡ଼ ହେବା ସହ ଦଳାଚକଟା ହୋଇଥିଲା। ଦଳା ଚକଟା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ଆହତମାନଙ୍କୁ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୪ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Tags: #BadambaTBridgeTragedy #WomenDead #MakarShantranti #CMOdisha #NaveenPatnaik