ଓଡ଼ିଶାଲାଇଭ୍ ବ୍ୟୁରୋ

କେରାପୁଟ ବସଷ୍ଟାଣ୍ଡରେ ଶୁକ୍ରବାର ଦିନ ସକାଳେ ଦେଖିବାକୁ ମିଳିଛି ୪ ଜଣ କୁଖ୍ୟାତ ମାଓବାଦୀଙ୍କ ପୋଷ୍ଟର। ଏହି ମାଓବାଦୀମାନଙ୍କୁ ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି କୋଲକାତା ସ୍ଥିତ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(ଏନଆଇଏ)।

ଆଜି ସକାଳୁ ସକାଳୁ କୋରାପୁଟ ବସ ଷ୍ଟାଣ୍ଡରେ ୪ ଜଣ କୁଖାତ ମାଓବାଦୀଙ୍କ ଫଟୋ ଲାଗିଥିବା ପୋଷ୍ଟର ଦେଖିବାକୁ ମିଳିଥିଲା। ଏହି ମାଓବାଦୀମାନଙ୍କୁ ଧରାଇ ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି ଏନଆଇଏ ପକ୍ଷରୁ ଘୋଷଣା କରାଯାଇଛି। ଏମାନେ ହେଉଛନ୍ତି ମାଓବାଦୀ ନେତା ଦୁରୁଜଗା ରାଓ, ଗଜରାଲା ରବି, ଜୁଳୁମାରି ଶ୍ରୀନୁ ବାବୁ ଓ ଖିଲ ରଞ୍ଜୁ। ଏମାନଙ୍କୁ ଧରାଇ ଦେଲେ ୫ରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ।

କୋରାପୁଟ ସଦର ମହକୁମାରେ ୨୦୦୪ ମସିହାରେ ପୋଲିସ ଷ୍ଟେସନ ଏବଂ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଉପରେ  ମାଓବାଦୀଙ୍କ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ସାମିଲ ଥିଲେ ପୋଷ୍ଟରରେ ଥିବା ମାଓବାଦୀମାନେ। ସମ୍ପୃକ୍ତ ମାଓବାଦମାନଙ୍କ ବିରୋଧରେ ଦେଶର ବିଭିନ୍ନ ଥାନାରେ ମାମଲା ରହିଥିବାବେଳେ ଆଜି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ପକ୍ଷରୁ ସେମାନଙ୍କୁ ଧରିବା ଲାଗି ଅଭିନବ ପ୍ରୟାସ ହୋଇଛି।

Tags: #Koraput #Maobadi #MaobadiPoster #NIA

LEAVE A REPLY

Please enter your comment!
Please enter your name here