ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ମିହିର ଦାସଙ୍କ ପୁଅ ଅକ୍ଳାନ୍ତ ଦାସଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ବିୟୋଗ ହୋଇଛି। ମାତ୍ର ୨୬ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଛି। ଗତ କିଛି ଦିନ ହେଲା ସେ ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ।

ଗତ ବର୍ଷ ଜାନୁଆରି ମାସରେ ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଳାନ୍ତ ଅବସାଦଗ୍ରସ୍ତ ଥିଲେ। ଗତ କିଛି ଦିନ ହେବ ସେ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। କଟକସ୍ଥିତ ସତୀ ଚଉରାରେ ଅକ୍ଳାନ୍ତଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ଭାଇ ଅଭିନେତା ଅମ୍ଳାନ ତାଙ୍କୁ ମୁଖାଗ୍ନୀ ଦେଇଥିଲେ।

Tags: #AklantDas #ActorMihirDas #PassesAway #Death

Comment