ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୩୩୦ କେଜିର ଗଞ୍ଜେଇ ଜବତ କରିଛି। କୋରାପୁଟ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ଜୟପୁର ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।

୩୨୬ ଜାତୀୟ ରାଜପଥର ପାତ୍ରପୁଟ ନିକଟରେ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଗୋଟିଏ ମିନି ଟ୍ରକ ଏବଂ ଗୋଟିଏ କାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ମିନି ଟ୍ରକରୁ ୨୦୦ କେଜି ଏବଂ କାରରୁ ୧୩୦ କେଜି ଗଞ୍ଜେଇ ଜବତ କରାଯାଇଥିଲା।

ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡ଼ାର ବିଭୀଷଣ ମାଛ, ଓକେଲର ଜଗା ସେଠୀ ଓ ସୁନିଲ କୁମାର ନାୟକ, ହରିୟାଣାର ବାଦଲ, ସତପାଲ, ଶ୍ରୀପାଲ ଓ ଦିଲ୍ଲୀପ।

ପୋଲିସ ଗଞ୍ଜେଇ ଚାଲାଣ କରାଯାଉଥିବା କାର ଏବଂ ମିନି ଟ୍ରକ ଜବତ କରିବା ସହ ଅଭିଯୁକ୍ତମାନଙ୍କଠାରୁ ୬ଟି ମୋବାଇଲ ଏବଂ ୨୨,୧୦୦ ଟଙ୍କା ଜବତ କରିଛି। ଜାବତ ଗଞ୍ଜେଇ କୋରାପୁଟ ଜିଲ୍ଲାରୁ ହରିୟାଣାକୁ ଚାଲାଣ କରାଯାଉଥିବା ଥାନା ଅଧିକାରୀ ଈଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି।

Tags: #Ganja #GanjaSupply #Jeypure #Koraput

Comment