ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ସ୍ତ୍ରୀକୁ ଅତି ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କରି ହତ୍ୟା କରିଛି ସ୍ଵାମୀ। ଏହିଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମା ପଞ୍ଚାୟତର ଡକ୍ରିବେଡ଼ା ଗାଁରେ। ମୃତ ମହିଳା ହେଲେ ମମିତା ମୁଦୁଲି। ପୋଲିସ ଅଭିଯୁକ୍ତ ଅଜୟ ମୁଦୁଲିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗୁରୁବାର ଦିନ ମମିତା ଏବଂ ଅଜୟ ବିଲରେ କାମ ସାରି ଫେରୁଥିଲେ। ଘରକୁ ଫେରିବା ବାଟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ଅଜୟ ଟାଙ୍ଗିଆରେ ମମିତାଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ମମିତାଙ୍କର ମୃତ୍ୟୁ ହୋଇଥିଲା।

ଗ୍ରାମବାସୀ ଏ ନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ଅଜୟକୁ ଗିରଫ କରିଥିଲା। ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #MurderCase #Koraput #Dashamantapur #HusbandWife

Comment