ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟର ୫ ଜଣ ନୂତନ ବିଚାରପତି ସୋମବାର ଦିନ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି।

ଜଷ୍ଟିସ ପଙ୍କଜ ମିତ୍ତଲ, ଜଷ୍ଟିସ ସଞ୍ଜୟ କରୋଲ, ଜଷ୍ଟିସ ପି.ଭି ସଞ୍ଜୟ କୁମାର, ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ ମନୋଜ ମିଶ୍ର ଶପଥ ନେଇଛନ୍ତି।

ଜଷ୍ଟିସ ପଙ୍କଜ ମିତ୍ତଲ ଆହ୍ଲାବାଦ କୋର୍ଟରୁ ଆରମ୍ଭ କରିଥିଲେ ଓକିଲାତି

୧୯୬୧ ମସିହା ଜୁନ ୧୭ ତାରିଖରେ ମେରଠଠାରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ପଙ୍କଜ ମିତ୍ତଲ ୧୯୮୨ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିବା ପରେ ୧୯୮୫ ମସିହାରେ ମେରଠ କଲେଜରୁ ଏଲଏଲବିରେ ଡିଗ୍ରୀ ହାସଲ କରିଥିଲେ। ସେହି ବର୍ଷ ଉତ୍ତରପ୍ରଦେଶ ବାର କାଉନସିଲରେ ପଞ୍ଜୀକରଣ କରିବା ପରେ ସେ ଆହ୍ଲାବାଦ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ।

ଜଷ୍ଟିଟ ସଞ୍ଜୟ କରୋଲ ଥିଲେ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ ସଞ୍ଜୟ କରୋଲ ପ୍ରଥମେ ହିମାଚଳ ପ୍ରଦେଶ ହାଇକୋର୍ଟରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ  ହେବା ସମୟରେ ସେ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ। ୧୯୬୧ ମସିହା ଅଗଷ୍ଟ ୨୩ ତାରିଖରେ ହିମାଚଳ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ କରୋଲ। ସେ ସିମଲାର ସେଣ୍ଟ ଏଡୱାର୍ଡ ସ୍କୁଲ ଏବଂ ରାଜକୀୟ ଡିଗ୍ରୀ କଲେଜରୁ ନିଜର ଶିକ୍ଷା ସମାପ୍ତ କରିଛନ୍ତି।

ଜଷ୍ଟିସ ପିଭି ସଞ୍ଜୟ କୁମାର ୧୯୮୮ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ଆରମ୍ଭ କରିଥିଲେ ଓକିଲାତି

ଜଷ୍ଟିସ ପିଭି ସଞ୍ଜୟ କୁମାର ହାଇହ୍ରାବାଦର ନିଜାମ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୮୮ ମସିହାରେ ଦିଲ୍ଲୀ ସ୍ଥିତ ଭିଭିରୁ ଲ’ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ। ୨୦୮୮ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ଜଜ ଭାବେ ନିଯୁକ୍ତି ହୋଇଥିଲେ।

ପଟଣା ହାଇକୋର୍ଟରୁ ଜଷ୍ଟିସ ଏ ଅମାନୁଲ୍ଲାଙ୍କ କ୍ୟାରିୟର ଆରମ୍ଭ

୧୯୬୩ ମସିହା ମେ’ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଏ ଅମାନୁଲ୍ଲା ପାଟଣା ହାଇକୋର୍ଟରୁ ନିଜ ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୯୧ ମସିହାରେ ବିହାର ବାର କାଉନସିଲରେ ପଞ୍ଜୀକରଣ କରିବା ପରେ ପଟଣାରେ ଓକିଲାତି ଆରମ୍ଭ କରିଥିଲେ। ୨୦୧୧ ମସିହା ଜୁନ ୨୦ ତାରିଖରେ ପାଟଣା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ସେହି ହାଇକୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିଲେ। ୨୦୨୧ ମସିହା ଅକ୍ଟୋବର ୧୦ ତାରିଖରେ ତାଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ବଦଳି କରାଯାଇଥିଲା।

ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାପତି ଥିଲେ ଜଷ୍ଟିସ ମନୋଜ ମିଶ୍ର

ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ମନୋଜ ମିଶ୍ର ନବନିଯୁକ୍ତ ବିଚାରପତିମାନଙ୍କ ମଧ୍ୟରୁ ବିରଷ୍ଠତା ଦୃଷ୍ଟିରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ୧୯୬୫ ମସିହା ଜୁନ ୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ମନୋଜ ମିଶ୍ର ୧୯୮୮ ମସିହାରେ ଆହ୍ଲାବାଦ ହାଇକୋର୍ଟରୁ ଓକିଲାତି ଆରମ୍ଭ କରିଥିଲେ। ୨୦୧୧ ମସିହା ନଭେମ୍ବର ୨୧ ତାରିଖରେ ସେ ଆହ୍ଲାବାଦ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୩ ମସିହା ଅଗଷ୍ଟ ୬ ତାରିଖରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ।

Tags: #SupremeCourt #OathTaking #Judge #ChiefJustice

Comment