ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଦ୍ଵିତୀୟ ମ୍ୟାଚ ଖେଳିବ। ବିଶ୍ଵକପର ଗ୍ରୁପ୍ ‘ବି’ ମ୍ୟାଚରେ ବୁଧବାର ଦୁଇ ଦଳ ମୁହାଁମୁହିଁ ହେବେ। ଦକ୍ଷିଣ ଆଫ୍ରିକାର କେପ ଟାଉନରେ ମ୍ୟାଚଟି ଖେଳାଯିବ।

ଭାରତୀୟ ମହିଳା ଦଳ ଅଧିନାୟିକା ହରମନପ୍ରିତ କୌରଙ୍କ ନେତୃତ୍ୱରେ ଖେଳିବାକୁ ଆସିବ। ଦଳ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ମ୍ୟାଚ ଜିତି ଗ୍ରୁପ୍ ‘ବି’ରେ ଶୀର୍ଷସ୍ଥାନରେ ରହିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ବୁଧବାର ମ୍ୟାଚରେ ଭାରତୀୟ ଦଳର ଜେମିମା ରୋଡରିଗସ୍, ରିଚା ଘୋଷ, ଦୀପ୍ତି ଶର୍ମା, ଶେଫାଳି ବର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ପୂର୍ବ ମ୍ୟାଚରେ ଆହତକାରଣରୁ ବାଦ ପଡ଼ିଥିବା ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା ମ୍ୟାଚରେ ଖେଳିବେ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ପରାଜିତ ହୋଇଛି। ତେବେ ଦଳ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିବ। ମ୍ୟାଚଟି ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ ଟା ୩୦ ବେଳେ ଆରମ୍ଭ ହେବ।

Tags: #ICCwomensT-20WorldCup #India #WestIndies #Cricket #Capetown #SouthAfrica #ICC #BCCI

Comment