ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମରବନ୍ଧ ପଞ୍ଚାୟତ ମିଗୁନପଦର ଗ୍ରାମରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ। ଏହା ପୂର୍ବରୁ ମାଓବାଦୀଙ୍କ ମୁକାବିଲା ଲାଗି ଜିଲ୍ଲାରେ ନିୟୋଜିତ ଥିଲେ ସିଆରପିଏଫ ଯବାନ। ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ଦ୍ଵାରା ଏବେ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ନୂତନ କ୍ୟାମ୍ପକୁ ଉଦଘାଟନ କରିବା ଅବସରରେ କହିଥିଲେ କ୍ୟାମ୍ପର କମାଣ୍ଡାଣ୍ଟ ଅଫିସର ସଞ୍ଜୀବ କୁମାର।
ଉଦଘାଟନୀ ଉତ୍ସବରେ ଅତିରିକ୍ତ କମାଣ୍ଡାଣ୍ଟ ଶମ୍ଭୁ ବୈଦ୍ୟ, କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର, ବାଲିଗୁଡ଼ା ଏସଡିପିଓ ରୋହିତ ବର୍ମା, ଡେପୁଟି କମାଣ୍ଡାଣ୍ଟ ସୁଖଦେବ ସିଂ ଗିଲ ପ୍ରମୁଖ ଯୋଗ ଦେଇଥିଲେ। ବିଏସଏଫ କ୍ୟାମ୍ପ ଉଦଘାଟନ ପରେ ସ୍ଥାନୀୟ ଅଞ୍ଚଳର ୧୦୫ ଜଣ ପୁରୁଷ, ୯୦ ଜଣ ମହିଳା ଓ ୫୫ ଜଣ ଶିଶୁଙ୍କୁ ମାଶାରୀ, କମ୍ବଳ, ଖେଳ ସାମଗ୍ରୀ, ଢୋଲ, କ୍ଷୀର ଏବଂ ଫଳରସ ବଣ୍ଟା ଯାଇଥିଲା। ଜିଲ୍ଲାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ଫଳରେ ଏଣିକି ଜିଲ୍ଲାର ସାଧାରଣ ଲୋକ ନିର୍ଭୟରେ ରହିପାରିବେ ବୋଲି କମାଣ୍ଡାଣ୍ଟ ସଞ୍ଜୀବ କୁମା କହିଛନ୍ତି।
Tags: #Kandhamal #Phulbani #BSFCamp #CRPF #FirstBSFCampofKandhamal


















