ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜୟପୁର ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିବା କମଳ ଲୋଚନ ଦଣ୍ଡସେନାଙ୍କର ଶୁକ୍ରବାର ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ସିଆଡ଼ିମାଳ ଗାଁର କମଳ ୪ ବର୍ଷ ଧରି ଜୟପୁର ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ।

ଅଭିଯୁକ୍ତ କମଳ ଲୋଚନ ଅସୁସ୍ଥ ହେବାରୁ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମଳ ଲୋଚନଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଥିଲା।

ପରିବାର ଲୋକଙ୍କ କହିବା ଅନୁସାରେ ଗୁରୁବାର ଦିନ ସେମାନେ ଜୟପୁର ଉପକାରାଗାର ଯାଇ କମଳଙ୍କ ସହ ଦେଖା ହୋଇଥିଲେ। ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଶୁକ୍ରବାର ସକାଳ ୫ଟାରେ କମଳଙ୍କର ମୃତ୍ୟୁ ହୋଇଯାଇଥିବା ଥାନାରୁ ଖବର ଆସିଥିଲା।

Tags: #Death #Unnaturaldeath #JeypureSubjail

Comment