ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ଏଚ୍୩ଏନ୍୨ ଭାଇରସ ଦ୍ଵାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବିଢ଼ିବାରେ ଲାଗି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କୋଭିଡ ମହାମାରୀର ଭୟ ଲୋକଙ୍କ ମନରୁ ଯାଇନଥିବାବେଳେ ଏଚ୍୩ଏନ୍୨ ଭାଇରସ ପୁଣି ଲୋକଙ୍କୁ ଡରାଇବା ଆରମ୍ଭ କରିଛି।

ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ୧୧୯ଟି ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭାଇରସରେ ଆକ୍ରାନ୍ତ ଜଣେ ୭୩ ବର୍ଷିୟ ବୟସ୍କ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ଏହା ପୂର୍ବରୁ ମହାରାଷ୍ଟ୍ରରେ ଏଚ୍୩ଏନ୍୨ ଭାଇରସ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେଥିମଧ୍ୟରୁ ମୁମ୍ବାଇର ୩ ଜଣ ରହିଛନ୍ତି।

ଥଣ୍ଡା, କାଶ, ଜ୍ଵର, ଶରୀର ପୀଡ଼ା ଏବଂ ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ରହିଥିଲେ ତୁରନ୍ତ ପରୀକ୍ଷା କରାଇବା ସହ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ କରିବାକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Virus #H3N2Virus #Influenza #Death #Maharashtra

LEAVE A REPLY

Please enter your comment!
Please enter your name here