ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ପୋଲିସ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଇନୋଭା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ବେଆଇନ ଭାବେ କୋରାପୁଟ ଦେଇ ଆନ୍ଧ୍ରପ୍ରଦେଶରୁ ମହାରାଷ୍ଟ୍ରକୁ ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଇଛି।

ବେଆଇନ ଭାବେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଦ୍ରୁତଗତିରେ ଆସୁଥିବା ଏକ ନମ୍ବର ବିହୀନ ଇନୋଭାକୁ ବଙ୍ଗତଲବୀର ଗ୍ରାମ ଛକ ନିକଟରେ ଅଟକାଇ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ସମୟରେ ଗାଡ଼ି ଭିତରୁ ୩ଟି ବସ୍ତାରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡ଼ଥିଲା। ପୋଲିସ ଗଞ୍ଜେଇ ବୋଝେଇ ଇନୋଭା ଜବତ କରିବା ସହ ଗାଡ଼ିରେ ଥିବା ୩ ଜଣଙ୍କୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଗିରଫ କରିଛି ପୋଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ମହମ୍ମଦ ସେଖ, ନାରାୟଣ ସାନ୍ତାରମଣ ଚୌଧରୀ ଏବଂ ରାହୁଲ ଇରାମନ ଇଙ୍ଗେଲେ।

Tags: #Koraput #Ganja #Police #IllegalGanjaSupply

Comment