ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମହିଳାଙ୍କଠାରେ ବିଶେଷ କରି ସର୍ଭାଇକାଲ କ୍ୟାନ୍ସର ହେବାର ଅଧିକ ସମ୍ଭାବନା ରହିଥାଏ। ହ୍ୟୁମାନ୍‌ ପାପିଲୋମା ଭାଇରସ୍ ଯୋଗୁଁ ମହିଳାଙ୍କଠାରେ ଅନେକ ସମସ୍ୟା ହେବାର ସମ୍ଭାବନା ରହିଛି ବୋଲି କୁହନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର।

ହ୍ୟୁମାନ ପାପିଲୋମା ଭାଇରସ୍ (HPV) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ। ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏଚ୍‌ପିଭି ଟିକା ମଧ୍ୟ ଉପଲବ୍ଧ ରହିଛି।

ଏଚ୍‌ପିଭି କ’ଣ? ଏହା କେମିତି ବ୍ୟାପେ ଓ ଏହି ରୋଗଠାରୁ ନିଜକୁ କେମିତି ସୁରକ୍ଷିତ ରହିବେ, ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Health #HumanpapillomaVirus #HPV #Vaccine #SwasthyaPlus

LEAVE A REPLY

Please enter your comment!
Please enter your name here