ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆପଣ ଜାଣନ୍ତି କି ମାନସିକ ରୋଗ କ’ଣ? କେମିତି ଏହାକୁ ଚିହ୍ନିବେ? ମାନସିକ ରୋଗ ମନର ଏକ ଅସାଧାରଣ ଅବସ୍ଥା ବୋଲି କୁହନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର।

ଜଣେ ମଣିଷର ବ୍ୟବହାରରୁ ତା’ର ମାନସିକ ଅବସ୍ଥା ସମ୍ପର୍କରେ ଜଣାପଡ଼ିଥାଏ ବୋଲି ଡାକ୍ତର କୁହନ୍ତି। ହସିବା, କାନ୍ଦିବା, ଦୁଃଖ କରିବା, ରାଗିଯିବା ଆଦି ଜଣେ ସାଧାରଣ ମଣିଷର ବ୍ୟବହାର। ଏହି ବ୍ୟବହାର ଯଦି ଅଧିକ ହୋଇଯାଏ ଏବଂ ଏହା ଦ୍ଵାରା ସମ୍ପୃକ୍ତ ବ୍ୟକ୍ତିର ସାମାଜିକ ତଥା ବୃତ୍ତିଗତ ଜୀବନ ଉପରେ ପ୍ରଭାବ ପଡ଼େ ତେବେ ଏହା ଚିନ୍ତାର ବିଷୟ। ଡାକ୍ତରଙ୍କ କହିବା ଅନୁସାରେ ଏହା ମାନସିକ ରୋଗର ଲକ୍ଷଣ ହୋଇପାରେ।

ମାନସିକ ରୋଗ କାହିଁକି ହୁଏ? ଏହାର କାରଣ କ’ଣ ଏବଂ କେମିତି ଏହାର ଚିକିତ୍ସା କରିହେବ, ସେ ନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Health #MentalHealth #MentalIllness #Treatment #DrSamratKar #SwasthyaPlusOdia

LEAVE A REPLY

Please enter your comment!
Please enter your name here