ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଅଶୋକାଷ୍ଟମୀ ତିଥି ସାଙ୍ଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଲିଙ୍ଗରାଜଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ। ଉତ୍ସାହର ସହ ରଥ ଟାଣିବାକୁ ଏକାଠି ହୋଇଥିଲେ ଭକ୍ତ। ଝିପି ଝିପି ବର୍ଷାରେ ମହାପ୍ରଭୁ ଲଙ୍ଗରାଜଙ୍କ ରୁକୁଣା ରଥ ଟାଣିବାକୁ ସାମିଲ ହୋଇଥିଲେ ଲକ୍ଷାଧିକ ଭକ୍ତ। ସନ୍ଧ୍ୟା ହୋଇଯିବାରୁ ବଢେଇବାଙ୍କଠାରେ ଅଟକି ଯାଇଛି ରୁକୁଣା ରଥ। ଆସନ୍ତାକାଲି ପୁଣି ରଥଟଣା କାର୍ଯ୍ୟ ଆରମ୍ଭ ହେବ। ମାଉସୀ ମା’ ମନ୍ଦିରରେ ପହଞ୍ଚିବେ ମହାପ୍ରଭୁ ଲିଙ୍ଗରାଜ।

ରୁକୁଣା ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଏକାମ୍ର କ୍ଷେତ୍ର। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଅଧିକାରୀ। ପୋଲିସ ଓ ସ୍ୱେଚ୍ଛାସେବୀଙ୍କ କର୍ଡନ ଭିତରେ ଚାଲିଥିଲା ରଥଟଣା କାର୍ଯ୍ୟ।

ନୀତିକାନ୍ତିରେ ସାମାନ୍ୟ ବିଳିବମ୍ବ ଯୋଗୁଁ ଅପରାହ୍ଣ ୩ଟା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରତି ବର୍ଷ ଥରୁଟିଏ ଭକ୍ତଙ୍କୁ ଦର୍ଶନ ଦେବାକୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରୁ ବାହାରି ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି। ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ୫ ଦିନଧରି ଚାଲିବ।

Tags: #RukunaRathaJatra #Festival #Culture #Odisha #LingarajTemple #Ashokastami

LEAVE A REPLY

Please enter your comment!
Please enter your name here