ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଯୁଗ ବଦଳିବା ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ବେଶ୍ ବଦଳି ଯାଇଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏବେ ଜଙ୍କଫୁଡ ପ୍ରେମରେ ପଡ଼ିଛନ୍ତି। ସୌଖିନ ଜୀବନଯାପନ ପାଇଁ ଆଶା ରଖୁଥିଲେ ମଧ୍ୟ ଅଧିକାଂଶ ଲୋକ ଶାରୀରିକ ପରିଶ୍ରମଠାରୁ ଦୂରେଇ ରହୁଛନ୍ତି। ଯାହା ଫଳରେ ଅନେକଙ୍କଠାରେ ମୋଟାପଣ ସମସ୍ୟା ଦେଖାଯାଏ। ଖାସ କରି ପେଟରେ ଚର୍ବିକୁ ନେଇ ଏବେ ଲୋକଙ୍କ ଚିନ୍ତା ବଢ଼ିଯାଇଛି।

ସମସ୍ତେ ଚର୍ବି ବିହୀନ ସୁନ୍ଦର ଶରୀର ପାଇବା ପାଇଁ ତ ଆଶା ରଖନ୍ତି, କିନ୍ତୁ ଏଥିପାଇଁ କ’ଣ ସବୁ କରିବାର ଆବଶ୍ୟକତା ରହିଛି ଜାଣନ୍ତି ନାହିଁ। ପେଟ ଚର୍ବିକୁ ପ୍ରାକୃତିକ ଉପାୟରେ କମ୍ କରିହେବ। ପେଟର ଚର୍ବି କମ୍ କରିବା ପାଇଁ ହେଲେ ନିୟମିତ ବ୍ୟାୟମ କରିବାକୁ ପଡ଼ିବ ବୋଲି କୁହନ୍ତି ଫିଟନେସ ଟ୍ରେନର କାହ୍ନୁ ଚରଣ ବାରିକ।

ମନ, ମସ୍ତିଷ୍କ ଏବଂ ଶରୀର ପାଇଁ ବେଶ୍ ଲାଭଦାୟକ ବ୍ୟାୟମ। ବ୍ୟାୟମ ଶରୀର ସଙ୍ଗେ ସଙ୍ଗେ ମନକୁ ବି ସୁସ୍ଥ ରଖିଥାଏ। ବ୍ୟାୟମର ବିଭିନ୍ନ ଶୈଳୀ ରହିଛି ଯାହା ପେଟ ଚର୍ବି କମାଇଥାଏ। ତେବେ କେମିତି କମିବ ପେଟ ଚର୍ବି? ଏ ସମ୍ପର୍କରେ ଫିଟନେସ ଟ୍ରେନର କାହ୍ନୁ ଚରଣ ବାରିକ କେଉଁ ପରାମର୍ଶ ଦେଉଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Fats #BellyFat #ReduceFat #YogaForHealth #HealthyLife #Exercise #Fitness

Comment