ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ, ରୁକୁଣା ରଥ ଟାଣିବାକୁ ଉତ୍ସାହର ସହ ଚାହିଁରହିଛନ୍ତି ଭକ୍ତ।

ବୁଧବାର ଦିନ ଅଶୋକାଷ୍ଟମୀ ଅବସରେ ପରମ୍ପରା ଏବଂ ରୀନିନୀତି ଅନୁଯାୟୀ ଗଡ଼ିବ ରୁକୁଣା ରଥ। ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି ହୋଇଥିଲା। ମଙ୍ଗଳ ଆଳତି ଅବକାଶ ପରେ ସାହାଣ ମେଲା ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା।

ଦିନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ହୋଇଥିବାବେଳେ ଦିନ ୩ଟା ୩୦ରୁ ରଥ ଟଣା କାର୍ଯ୍ୟ ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ସନ୍ଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି।

ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ୧୨ ପ୍ଲାଟୁନ ଫୋର୍ସ ସହ ମହିଳା ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି।

Tags: #RukunaRathaJatra #Festival #Culture #Odisha #LingarajTemple #Ashokastami

LEAVE A REPLY

Please enter your comment!
Please enter your name here