ଓଡ଼ିଶାଲାଇଭ୍ ବ୍ୟୁରୋ

(ବନାରସ): ଉତ୍ତରପ୍ରଦେଶ ବନାରସ ସ୍ଥିତ କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ଉତ୍କଳ ସମାଜ ତରଫରୁ ବହୁ ଆଡ଼ମ୍ବରରେ ଉତ୍କଳ ଦିବସ ପାଳନ କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମହାମନା ମଦନ ମୋହନ ମାଲବୀୟଙ୍କ ନିକଟରେ ପୁଷ୍ପମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଓଡ଼ିଶା ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା।

ଉତ୍କଳ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ୟୁନିୟନ ବ୍ୟାଙ୍କର କ୍ଷେତ୍ରୀୟ ଅଧିକାରୀ ବିରଜା ପ୍ରସାଦ ଦାସ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସଭାପତି ତ୍ରିଭୂବନ ମୋହନ ମହାପାତ୍ର ଓ ଉପସଭାପତି ବିନ୍ଦା ପାରଞ୍ଜେପେ ଯୋଗ ଦେଇଥିଲେ।

ଉତ୍କଳ ସମାଜ ପକ୍ଷରୁ ଓଡ଼ିଶା କୁଇଜ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଡ଼ିଶା କୁଇଜରେ ବିଭୂବ୍ରତ ଦାଶ ଓ ଟିକୁନ ଧଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନଙ୍ଗ, ସରିତା, ଚିନ୍ମୟ ଚିରଞ୍ଜୀବ, ଅନିର୍ବାଣ, ନିହାରିକା, ସୋମ୍ୟାଶ୍ରୀ, ସୁନିଲ, ଇପ୍‌ସିତା, ଶାଶ୍ୱତି, ଶିଭାଜନ, ଅର୍ପିତା, ହଁସୁଜା, ମୋନରଞ୍ଜନ, ଲିପି ପ୍ରମୁଖ ଓଡ଼ିଶୀ ନୃତ୍ୟ ସହ ସମ୍ବଲପୁରୀ ନୃତ୍ୟ ଓ ଓଡ଼ିଆ ଭଜନ ପରିବେଷଣ କରିଥିଲେ।

ଇପ୍‌ସିତା, ଅନଙ୍ଗ, ଅନିର୍ବାଣ ଏବଂ ସରିତାଙ୍କ ଦ୍ଵାରା ଏକ କ୍ଷୁଦ୍ର ନାଟକ ‘ଭଡାଟିଆ ଦରଦୀଆ’ ପରିବେଷଣ କରାଯାଇଥିଲା। ପ୍ରଫେସର କଲ୍ୟାଣ ଘଡେଇ, ପ୍ରଫେସର ଗୋପବନ୍ଧୁ ମିଶ୍ର, ସରୋଜକାନ୍ତ, ସୋମ୍ୟ ରଞ୍ଜନ ମେହେର, ଟ୍ୱିଙ୍କଲ୍ ପ୍ରଧାନ ଏବଂ ବିଶ୍ଵଜିତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

୨ ମିନିଟ୍‌ ୧୧ ସେକେଣ୍ଡରେ ସଠିକ୍ ଢଙ୍ଗରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଶୁଣିବା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

Tags: #UtkalDivas #UtkalaDibasa #OdishaDivas #BanarasKashiHinduBishwaBidyalaya

Comment