ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ସାମାନ୍ୟ କଥା କଟାକଟିରୁ ଅରମ୍ଭ ହୋଇଥିଲା ମହାଭାରତ। ପୁରୁଷ, ମହିଳାଙ୍କ ସମେତ ନାବାଳକଙ୍କ ହାତରେ ଦେଖିବାକୁ ମିଳିଥିଲା କାତି, ଲୁହାରଡ଼, ବାଡ଼ି ଇତ୍ୟାଦି। ଏହି ଘଟଣା ଘଟିଛି କୋରାପୁଟ ସହରର ଟିକିରା ସାହି, ଇନ୍ଦିରା କଲୋନୀ ଓ ପରିଜା ସାହିରେ।

କୌଣସି କଥାକୁ ନେଇ ଇନ୍ଦିରା କଲୋନୀ, ପରଜା ସାହି ଏବଂ ଟିକିରା ସାହି ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ତିନି ସାହିର କିଛି ମହିଳା ଏବଂ ପୁରୁଷ ଓ ନାବାଳକ କାତି, ଲୁହା ରଡ଼, ବାଡ଼ି ଆଦି ଧରି ପରିସ୍ପରକୁ ଆକ୍ରମଣ କରିଥିଲେ।

ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨୦ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ମାରଣାସ୍ତ୍ର ସହ ମୋବାଇଲ ଜବତ କରିଥିଲା। ଗିରଫଙ୍କ ମଧ୍ୟରେ ୫ ଜଣ ନାବଳକ ଅଛନ୍ତି। ତିନି ସାହିରୁ ପୃଥକ୍ ପୃଥକ୍ ଭାବେ ଥାନାରେ ୩ଟି ମାମଲା ରୁଜୁ ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Tags: #Koraput #KoraputPolice #Clash #20Arrest

Comment