ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଉ ପଢ଼ିବେନି ମୋଗଲ ଇତିହାସ। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ( ଏନସିଇଆରଟି) ଦ୍ଵାଦଶ ଶ୍ରେଣୀ ଇତିହାସ ବହିରୁ ମୋଗଲ ସାମ୍ରାଜ୍ୟ ସହ ସମ୍ବନ୍ଧିତ ବିଷୟବସ୍ତୁକୁ ବାଦ ଦେଇଛି।

ଏନସିଇଆରଟି ପକ୍ଷରୁ ଦ୍ଵାଦଶ ଶ୍ରେଣୀ ଇତିହାସ, ହିନ୍ଦୀ ଏବଂ ସିଭିକ୍ସ ସହ ଅନ୍ୟ କେତେକ ବିଷୟର ସିଲାବସରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ସମ୍ପର୍କରେ ଏନସିଇଆରଟି ପକ୍ଷରୁ ୨୦୨୨ ମସିହାରେ ସୂଚନା ଦିଆଯାଇଥିଲା, କିନ୍ତୁ ଚଳିତ ବର୍ଷଠାରୁ ଏହାକୁ ଲାଗୁ କରାଯିବ।

ଦ୍ଵାଦଶ ଶ୍ରେଣୀ ଇତିହାସ ବହିରୁ ମୋଗଲ ଇତିହାସ ଚାପ୍ଟରକୁ ହଟାଇ ଦିଆଯାଇଛି। ନୂଆ ସିଲାବସ ୨୦୨୩-୨୪ ଶିକ୍ଷାବର୍ଷଠାରୁ ଲାଗୁ ହେବ। ସିବିଏସଇ, ୟୁପି ଏବଂ ଏନସିଇଆରଟି ପାଠ୍ୟକ୍ରମ ରହିଥିବା ରାଜ୍ୟଗୁଡ଼ିକରେ ଏହି ନିୟମ ଲାଗୁ ହେବ।

ନୂଆ ସିଲାବସରେ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମୋଗଲ ଦରବାର ଇତିହାସ ଆଉ ପଢ଼ିବେ ନାହିଁ। ଏନସିଇଆରଟି ମୋଗଲ ‘କିଙ୍ଗସ ଆଣ୍ଡ କ୍ରନିକଲ୍ସ’ ସହ ସମ୍ବନ୍ଧିତ ବିଷୟକୁ ବାଦ ଦିଆଯାଇଛି। ଇତିହାସ ବହି ‘ଥିମ୍ସ ଅଫ୍ ଇଣ୍ଡିଆନ ହିଷ୍ଟ୍ରି- ପାର୍ଟ ୨”ରୁ ମୋଗଲ ଦରବାର ବାଦ ଦିଆଯାଇଛି। ଇତିହାସ ବହିରୁ ମୋଟ ୩୦ ପୃଷ୍ଠା ହଟାଇ ଦିଆଯାଇଛି।

Tags: #Education #History #Syllabus #NCERT #MughalEmpire #MughalHistory

Comment