ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମଣିଆରୁ ଯାତ୍ରୀଙ୍କୁ ଧରି ଏକ ଡଙ୍ଗା ରାଜନଗର ବ୍ଲକ କେରଡ଼ାଗଡ଼ ଯାଉଥିବାବେଳେ ଭାରସାମ୍ୟ ହରାଇ ମଝି ନଦୀରେ ଡଙ୍ଗାଟି ବୁଡ଼ିଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ନାଉରୀ ଏବଂ ଅନ୍ୟ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ। ଦୀର୍ଘ ସମୟ ଧରି ଉଦ୍ଧାରକାରୀ ଦଳ ଖୋଜାଖୋଜି କରିବା ପରେ ପ୍ରଥମେ ନାଉରୀଆର ଶବ ଉଦ୍ଧାର କରିଥିଲେ। ପରେ ନିଖୋଜ ଥିବା ଅନ୍ୟ ଜଣକର ମୃତ ଦେହ ଉଦ୍ଧାର କରାଯାଇଥିଲା।

Tags: #Kendrapara #BramhaniRiver #Death

Comment