ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟ କୋର ଏରିଆରେ ଗୋଟିଏ ବିରଳ କଳା ମହାବଳ ବାଘର ମୃତ୍ୟୁ ହୋଇଛି। ମୃତ ବାଘର ବୟସ ସାଢ଼େ ୩ ବର୍ଷ ବୋଲି ପିସିସିଏଫ ସୁଶୀଲ କୁମାର ପପିଲି ସୂଚନା ଦେଇଛନ୍ତି।

ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ତଥା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ଶିମିଳିପାଳ ଅଭୟାରଣ୍ୟରେ ୬ଟି କଳାବାଘ ରହିଥିବା ଆକଳନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପୂର୍ବରୁ ତୀରମାଡ଼ରେ ୨ଟି କଳାବାଘଙ୍କର ମୃତ୍ୟୁ ହୋଇଥିଲା। ୪ଟି କଳାବାଘ ମଧ୍ୟରୁ ମଙ୍ଗଳବାର ଦିନ ଆଉ ଗୋଟିଏ କଳାବାଘର ମୃତ୍ୟୁ ହୋଇଛି। ଶିମିଳିପାଳରେ ବର୍ତ୍ତମାନ ୩ଟି କଳାବାଘ ରହିଛନ୍ତି।

ଶିମିଳିପାଳ ଅଭୟାରଣ୍ୟ ଭିତରେ କେବଳ ବାଘ ନୁହଁନ୍ତି ହାତୀ ତଥା ଅନ୍ୟ ବନ୍ୟଜନ୍ତୁମାନେ ଅସୁରକ୍ଷିତ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।

Tags: #Tiger #BlackTiger #Death #SimilipalTigerReserve

Comment