ଓଡ଼ିଶାଲାଇଭ୍ ବ୍ୟୁରୋ

ଜାମ୍ମୁକାଶ୍ମୀର କିସ୍ତଓ୍ଵାରରେ ଭାରତୀୟ ସେନାର ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୨ଜଣ ଅଧିକାରୀ ଆହତ ହୋଇଛନ୍ତି। ଆହତ ଅଧିକାରୀମାନଙ୍କୁ ଉଧମପୁରରେ ଥିବା ଭାରତୀୟ ସେନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ସେନାର ଏଏଲଏଚ ଧ୍ରୁବ୍ ବିମାନ ଗୁରୁବାର ସକାଳ ୧୧ଟା ୧୫ରେ କିସ୍ତଓ୍ଵାର ଅଭିମୁଖେ ଯାଉଥିବାବେଳେ ମଚ୍ଛନା ଗାଁ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ମାରଓ୍ଵା ନଦୀକୁ ଖସିପଡ଼ିଥିଲା।

ଦୁର୍ଘଟଣା ସମୟରେ ବିମାନରେ ଜଣେ କମାଣ୍ଡିଂ ଅଫିସରଙ୍କ ସହ ଦୁଇଜଣ ପାଇଲଟ ଥିଲେ। ଖବର ପାଇ ସ୍ଥାନୀୟ ପ୍ରଶାସନଙ୍କ ସମେତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ।ତେବେ କେଉଁ କାରଣରୁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।

Tags: #Jammukashmir #ALHDhurv #HelicopterCrash #IndianArmy #Kishtwar

Comment