ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଜାତୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଗଣଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ପଦବୀ ପାଇଁ ଏହି ପରୀକ୍ଷା ଅତ୍ୟନ୍ତ ଉପଯୋଗୀ।

ସିବିଏସଇ ପକ୍ଷରୁ ଚଳିତବର୍ଷ ଜୁଲାଇ ମାସରୁ ଅଗଷ୍ଟ ମାସ ମଧ୍ୟରେ ଏହି ପରୀକ୍ଷା କରାଯିବ। ଏନେଇ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ମେ’ ମାସ ୨୬ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ। ଯଦି ଆପଣମାନେ ଏହି ସିଟିଇଟି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ବି.ଏଡ୍ ପାସ କରିଥିବା ଆବଶ୍ୟକ
  • ଏହାବ୍ୟତୀତ ଶିକ୍ଷା ତଥା ଏଲିମେଣ୍ଟାରି ଏଜୁକେସନରେ ଗ୍ରାଜୁଏସନ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପରିବେ

ପରୀକ୍ଷା

  • ଏହି ସିଟିଇଟି ପରୀକ୍ଷାରେ ୨ଟି ପେପର ରହିବ
  • ଉଭୟ ପେପର ପାଇଁ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) କରାଯିବ 
  • ପ୍ରଥମ ପେପର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଯୋଗ୍ୟତା ପାଇଁ ରହିବ
  • ଦ୍ଵିତୀୟ ପେପର ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଯୋଗ୍ୟତା ପାଇଁ ରହିବ

ଆବେଦନ ଶୁଳ୍କ

  • ସାଧରଣ ବର୍ଗ ଏବଂ ଓବିସି ବର୍ଗର ପ୍ରାର୍ଥୀ (କେବଳ ପ୍ରଥମ କିମ୍ବା ଦ୍ଵିତୀୟ ପେପର) – ୧୦୦୦ ଟଙ୍କା
  • ସାଧରଣ ବର୍ଗ ଏବଂ ଓବିସି ବର୍ଗର ପ୍ରାର୍ଥୀ (ଉଭୟ ପେପର) – ୧୨୦୦ ଟଙ୍କା
  • ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ପ୍ରାର୍ଥୀ (କେବଳ ପ୍ରଥମ କିମ୍ବା ଦ୍ଵିତୀୟ ପେପର) – ୫୦୦ ଟଙ୍କା
  • ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ପ୍ରାର୍ଥୀ (ଉଭୟ ପେପର) – ୬୦୦ ଟଙ୍କା

କେମିତି କରିବେ ଆବେଦନ

  • ସିଟିଇଟି ପରୀକ୍ଷା ୱେବସାଇଟ ctet.nic.in କୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପରୀକ୍ଷା ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣବେଳେ ନିଜ ପାଖ ସହରର ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ସିଟିଇଟି ପରୀକ୍ଷା କେବେ ହେବ ସେନେଇ ସିବିଏସଇ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ସିବିଏସଇ ୱେବସାଇଟରେ ଉପଲବ୍ଧ।

Tags: #CTETExam #CBSE #Teachers #Education #India

Comment