ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୪୦ ପ୍ରତିଶତ। ରାଜ୍ୟର ୩୨୨୨ ସ୍କୁଲରେ ଚଳିତ ବର୍ଷ ଶତ ପ୍ରତିଶତ ରେଜଲ୍ଟ ହୋଇଛି।

ପାସ୍ ହାରରେ କଟକ ଏବଂ ଜଗତସିଂହପୁର ସବୁଠାରୁ ଆଗରେ ରହିଛି। ଏହି ଦୁଇ ଜିଲ୍ଲାରେ ପାସ୍ ହାର ହେଉଛି ୯୭.୯୯ ପ୍ରତିଶତ। ଏହି କ୍ଷେତ୍ରରେ ସବୁଠାରୁ ପଛରେ ପଡ଼ିଯାଇଛି ମାଲକାନଗିରି ଜିଲ୍ଲା। ମାଲକାନଗିରିରେ ପାସ୍ ହାର ସର୍ବନିମ୍ନ ୯୨.୬୮ ପ୍ରତିଶତ ରହିଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୯୭.୪୮ ପ୍ରତିଶତ ରହିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ପାସ୍ ହାର ରହିଛି ୯୬.୬୭ ପ୍ରତିଶତ। ଏହା ସହିତ ଯାଜପୁର ଜିଲ୍ଲାରେ ୯୬.୪୫ ପ୍ରତିଶତ ପାସ୍ ହାର ରହିଥିବାବେଳେ ଅନୁଗୁଳରେ ୯୬.୬୪ ପ୍ରତିଶତ, ଢେଙ୍କାନାଳରେ ୯୫.୩୧ ପ୍ରତିଶତ, ପୁରୀରେ ୯୬.୫୯ ପ୍ରତିଶତ, ନୟାଗଡ଼ରେ ୯୬.୯୨ ପ୍ରତିଶତ, ବାଲେଶ୍ଵରରେ ୯୬.୦୫ ପ୍ରତିଶତ, ଭଦ୍ରକରେ ୯୬.୩୫ ପ୍ରତିଶତ, କେନ୍ଦୁଝରରେ ୯୪.୭୧ ପ୍ରତିଶତ, ମୟୂରଭଞ୍ଜରେ ୯୫.୩୯, ଗଜପତିରେ ୯୬.୮୮ ପ୍ରତିଶତ ପାସ୍ ହାର ରହିଛି।

ସେହିପରି ଗଞ୍ଜାମ ଜିଲ୍ଲାରେ ପାସ୍ ହାର ୯୭.୧୬ ପ୍ରତିଶତ ରହିଥିବାବେଳେ ବୌଦ୍ଧରେ ୯୬.୭୬ ପ୍ରତିଶତ, କନ୍ଧମାଳରେ ୯୬.୩୭ ପ୍ରତିଶତ, କଳାହାଣ୍ଡିରେ ୯୬.୫୦ ପ୍ରତିଶତ, ନୂଆପଡ଼ାରେ ୯୫.୬୭ ପ୍ରତିଶତ, ବରଗଡ଼ରେ ୯୭.୨୨ ପ୍ରତିଶତ, ସମ୍ବଲପୁରରେ ୯୬.୮୨ ପ୍ରତିଶତ, ଦେବଗଡ଼ରେ ୯୬.୯୦ ପ୍ରତିଶତ, ଝାରସୁଗୁଡ଼ାରେ ୯୬.୬୪ ପ୍ରତିଶତ, ବଲାଙ୍ଗୀରରେ ୯୬.୩୭ ପ୍ରତିଶତ, ସୁବର୍ଣ୍ଣପୁରରେ ୯୬.୫୪ ପ୍ରତିଶତ, ସୁନ୍ଦରଗଡ଼ରେ ୯୭.୩୯ ପ୍ରତିଶତ, କୋରାପୁଟରେ ୯୫.୩୨ ପ୍ରତିଶତ, ନବରଙ୍ଗପୁରରେ ୯୩.୯୮ ପ୍ରତିଶତ ଏବଂ ରାୟଗଡ଼ାରେ ୯୫.୬୪ ପ୍ରତିଶତ ପାସ୍ ହାର ରହିଛି।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମୋଟ ୪,୧୫୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ ପାଇଛନ୍ତି। ଏଥିରେ ଛାତ୍ରୀଙ୍କ ସଂଖ୍ୟା ୨,୨୫୪ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧,୯୦୪ ରହିଛି। ସେହିଭଳି ଏ-୨ ଗ୍ରେଡରେ ୨୯ ହଜାର ୮୩୮ ଜଣ, ବି-୧ ଗ୍ରେଡରେ ୭୭ ହଜାର ୫୬୭ ଜଣ, ବି-୨ ଗ୍ରେଡରେ ୧ ଲକ୍ଷ ୧୮ ହଜାର ୭୫୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଚଳିତ ମାଟ୍ରିକ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ।

ଅନ୍ୟପଟେ ୧ ଲକ୍ଷ ୨୧ ହଜାର ୬୧୧ ଜଣଙ୍କୁ ସି-ଗ୍ରେଡ, ୯୫ ହଜାର ୬ ଜଣଙ୍କୁ ଡି-ଗ୍ରେଡ, ୬୧ ହାଜର ୪୭୪ ଜଣଙ୍କୁ ଇ-ଗ୍ରେଡ ମିଳିଛି। ସେହିପରି ୭ ହଜାର ୬୪୫ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି।

ଗତ ମାର୍ଚ୍ଚ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହୋଇଥିଲା ମାଟ୍ରିକ ପରୀକ୍ଷା। ରାଜ୍ୟର ମୋଟ ୩,୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ।

Tags: #Education #MatricResult2023 #PassPercentage #Jagatsingpur #Cuttack #Odisha

LEAVE A REPLY

Please enter your comment!
Please enter your name here