ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଡିଏଫଓଙ୍କୁ ଅଶ୍ଳୀଳ ମେସେଜ ଏବଂ କଲ୍ କରିବା ଅଭିଯୋଗେରେ ଦୁଇ ଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟି ଥାନା ପଡଗଣ୍ଡୁସରର ପ୍ରୀତିରାଜ ମହାପାତ୍ର ଓ ରଣପୁର ଥାନା ରାଜସୁନାଖଳା ଆଙ୍କୁଲାପାଟଣା ସାହିର ଦୀପକ ରଞ୍ଜନ ସାମନ୍ତରାୟ।

ପ୍ରୀତିରାଜ ଓ ଦୀପକ ଗତ ୩/୪ ବର୍ଷ ହେଲା ମୋବାଇଲରେ ବିଭିନ୍ନ ଗ୍ରୁପ କରି ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୁବତୀ ଓ ମହିଳାମାନଙ୍କୁ ଅଶ୍ଳୀଳ ମେସଜ ଓ କଲ କରି ହଇରାଣ ହରକତ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତ ମେ’ ମାସ ୧୫ ତାରିଖରୁ ଲଗାତର ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀଙ୍କୁ ଅଶ୍ଳୀଳ ମେସଜ ଓ ଫୋନ କଲ୍ ଆସିବାକୁ ଲାଗିଥିଲା। ଏ ନେଇ ଡିଏଫଓ ନୟାଗଡ଼ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପ୍ରୀତିରାଜ ଓ ଦୀପକ ଏହି କାଣ୍ଡ ଘଟାଉଥିବା ଜାଣିବା ପରେ ବୁଧବାର ଦିନ ଉଭୟଙ୍କୁ ଗିରଫ କରିଥିଲା ପୋଲିସ। ଥାନାରେ ଅଟକ ରଖି ପୋଲିସ ସେମାନଙ୍କୁ ପଚରା ଉଚରା କରିବା ସମୟରେ ନିଜ ଦୋଷ ସ୍ଵୀକାର ଥିଲେ ପ୍ରୀତିରାଜ ଓ ଦୀପକ। ଗୁରୁବାର ଦିନ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Tags: #Nayagarh #Crime #PoliceCase #IndecentMassages #NayagarhDFO

Comment