ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଭାପୁର ତହସିଲ ଶାଳବଣୀ ଗାଁର ମଥୁରା ଖୁଣ୍ଟିଆଙ୍କର ଅଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ୬୦ ବର୍ଷର ବୃଦ୍ଧ ମଥୁରା ଖୁଣ୍ଟିଆ ଶନିବାର ଜମିରେ ଧାନ ବୁଣି ଘରକୁ ଫେରିଥିଲେ। ପରେ ସେ ପ୍ରବଳ ଖରା ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ସ୍ଥାନୀୟ ତହସିଲଦାର ଲଗ୍ନଜିତ ବେହେରା ମୃତଙ୍କ ପରିବାର ନିକଟରେ ପହଞ୍ଚି  ସାନ୍ତ୍ୱନା ଦେବା ସହ ଅଂଶୁଘାତଜନିତ ମୃତ୍ୟୁ ପ୍ରମାଣିତ ହେଲେ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Tags: #Nayagarh #HeatStroke #SunStroke #Death

LEAVE A REPLY

Please enter your comment!
Please enter your name here