ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଟ୍ୟାଙ୍କର ସହ କାରର ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାର ୩ ଜଣଙ୍କର ଜୀବନ ଚାଲିଯାଇଛି। ଏହି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି। ମୃତକମାନେ ହେଲେ ଜୟପୁର ସହର ପୁରୁଣାଗଡ଼ର ଶତ୍ରୁଘ୍ନ ପ୍ରଧାନ, ତାଙ୍କ ପତ୍ନୀ ରଶ୍ମିତା ପ୍ରଧାନ ଏବଂ ୫ ବର୍ଷର ଝିଅ ଶୁଭଲକ୍ଷ୍ମୀ ପ୍ରଧାନ। ଏ ନେଇ ପଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି।

ଶତ୍ରୁଘ୍ନ ପ୍ରଧାନ ନିଜ ସ୍ତ୍ରୀ ଏବଂ ଝିଅ ସହ କାର ଯୋଗେ ବିଶାଖାପାଣାରୁ କୋରାପୁଟ ଫେରୁଥିଲେ। ପଟାଙ୍ଗି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ପୁଙ୍ଗାର ନିକଟରେ ଶତ୍ରୁଘ୍ନଙ୍କ କାର ସହ ଗଞ୍ଜାମରୁ ଜୟପୁର ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ଦୁର୍ଘଟଣା ସ୍ଥଳରେ ହିଁ କାରରେ ବସିଥିବା ଶତ୍ରୁଘ୍ନଙ୍କ ପରିବାର ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।

Tags: #Koraput #Jeypure #Accident #Death #CarAccident

Comment