ଓଡ଼ିଶାଲାଇଭ ବ୍ୟୁରୋ

(ଜୟପୁର): ପୋଖରୀରେ ବୁଡ଼ି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କଞ୍ଚଣା ଗ୍ରାମରେ। ମୃତକମାନେ ହେଲେ ଅର୍ଜୁନ କ୍ରିସାନି ଏବଂ ଲବ କ୍ରିସାନିଙ୍କ ପୁଅ ଅମିତ ଓ ପାପୀନ୍ଦ୍ର।

ଅର୍ଜୁନ ବିଲକୁ କାମ କରିବାକୁ ଯାଇଥିବା ବେଳେ ଅମିତ ଓ ପାପୀନ୍ଦ୍ର ସାଙ୍ଗରେ ଯାଇଥିଲେ। ଦୁଇଭାଇ ଖେଳୁ ଖେଳୁ ନିକଟରେ ଥିବା ପୋଖରି ନିକଟକୁ ଚାଲିଯାଇଥିଲେ। କିଛି ସମୟ ପରେ ଅମିତ ଓ ପାପୀନ୍ଦ୍ରଙ୍କୁ ନ ଦେଖି ଅର୍ଜୁନ ସେମାନଙ୍କୁ ଖୋଜି ଥିଲେ। କିନ୍ତୁ ସେମାନଙ୍କର ଖୋଜଖବର ମିଳିନଥିଲା।

କିଛି ସମୟ ପରେ ଦୁଇଭାଇ ପୋଖରିରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ଥିଲେ। ଗ୍ରାମବାସୀ ଦୁଇଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।
ମାଛକୁଣ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #Accident #Death #Koraput

Comment