ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ହସ ଛୁଙ୍କ କାହାକୁ ବା ଭଲ ନଲାଗେ। ତାଙ୍କ ନିଆରା ଅଭିନୟ ଦର୍ଶକଙ୍କୁ ସବୁବେଳେ ବାନ୍ଧିରଖେ। ଖାସ୍ କରି ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବତାରରେ ପରଦା ଆଗରେ ଉଭା ହୁଅନ୍ତି, ଦର୍ଶକେ ତାଙ୍କୁ ବେଶ୍ ପ୍ରଶଂସା କରନ୍ତି। ତେଣୁ ନବୀନ ପଟ୍ଟନାୟକଙ୍କ ମିମିକ୍ରିର ବହୁତ ଡିମାଣ୍ଡ ଥିବା ପ୍ରଜ୍ଞା କହନ୍ତି।

“ଅଭିନୟରେ ମୁଁ ଅନେକ ଲୋକଙ୍କ ମିମିକ୍ରି କରେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବତାର ଆଉ ତାଙ୍କ ମିମିକ୍ରିକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି। ତେଣୁ ମୁଁ ଯେଉଁଠିକୁ ଅତିଥି ହୋଇ ଯାଏ ମୁଖ୍ୟମନ୍ତ୍ରୀଙ୍କ ମିମିକ୍ରି ପ୍ରଥମ ଡିମାଣ୍ଡ ଥାଏ”, ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ କହିଛନ୍ତି କମେଡିଆନ୍ ପ୍ରଜ୍ଞା ରଞ୍ଜନ ଖଟୁଆ।ତେବେ ପ୍ରଜ୍ଞାଙ୍କୁ ଏ ମିମିକ୍ରିର ନିଶା କେବେ ଆଉ କେମିତି ଆସିଥିଲା ସେନେଇ ସେ କହନ୍ତି, “ଗୋଟେ ସମୟରେ ମୁଖ୍ୟମନ୍ତ୍ରୀଙ୍କର ଏକ ଭଏସ୍ ମେସେଜ୍ ସବୁ ଚାଷୀମାନଙ୍କ ପାଖକୁ ଆସୁଥିଲା। ତେଣୁ ମୁଁ ଭାବିଲି ମୁଁ ତାଙ୍କ ଭଏସ୍ କରି କାହାକୁ ଗୋଟେ ଫୋନ୍ କରିବି। ଶେଷରେ ମୋ ମାମୁଙ୍କୁ ଫୋନ୍ କଲି ଆଉ ନବୀନ ପଟ୍ଟନାୟକଙ୍କ ଭଏସ୍ କରି କଥା ହେଲି। ସେ ଜମାରୁ ଜାଣିପାରିଲେନି। ସେଇଠୁ ମୋର ଏ ମିମିକ୍ରି ନିଶା ଆରମ୍ଭ ହେଲା। ପରେ ଏକ ସାଟେଲାଇଟ୍ ଚ୍ୟାନେଲରେ ମଧ୍ୟ ମୁଖ୍ୟାମନ୍ତ୍ରୀଙ୍କ ଅବତାରରେ ଆସି ଅନେକ କମେଡି ସୋ’ କରିବାର ସୁଯୋଗ ପାଇଲି।”

ତଳେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍ କରି ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ସମ୍ପୂର୍ଣ୍ଣ ସାକ୍ଷାତକାର ଦେଖନ୍ତୁ।

Tags: #NaveenPatnaik #ComedianPragyan #PragyanKhatua #Mimicry #OdiaComedy #Entertainment

Comment