ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ଟାଉନ ଥାନା ପୋଲିସ ହାବୁଡ଼ରେ ପଡ଼ିଛନ୍ତି ଅନ୍ତଃରାଜ୍ୟ ବାଇକ ଚୋରି ଗ୍ୟାଙ୍ଗ। ବାଇକ୍ ଚୋରି ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ୧୧ଟି ବାଇକ୍ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁରର ଏଲ ଅଖିଳ, ଦଶମନ୍ତପୁରର କୃଷ୍ଣ ନାୟକ ଓ ନବରଙ୍ଗପୁରର ପଦ୍ମନ ହରିଜନ।

ଅଭିଯୁକ୍ତମାନେ ଓଡ଼ିଶା ତଥା ରାଜ୍ୟ ବାହାରରୁ ବାଇକ ଚୋରି କରି ପ୍ରଥମେ ଏହାର ନମ୍ବର ପ୍ଳେଟ ବଦଳାଇ ଦେଇଥାନ୍ତି। ପରେ ଇଞ୍ଜିନ ଏବଂ ଅନ୍ୟାନ୍ୟ ଅଂଶ ବଦଳାଇ ନବରଙ୍ଗପୁରରେ ଥିବା ଏକ ସେକେଣ୍ଡ ହ୍ୟାଣ୍ଡ ବାଇକ ସୋ’ ରୁମ ମାଧ୍ୟମରେ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି। ଏହା ସହିତ ଗଞ୍ଜେଇ ଚାଲାଣ ଭଳି ବିଭିନ୍ନ ବେଆଇନ କାର୍ଯ୍ୟରେ ଏହି ଗାଡ଼ିଗୁଡ଼ିକୁ ବ୍ୟବହାର କରାଯାଉଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧୀକ ମାମଲା ରହିଥିବା ଏସଡିପିଓ କହିଛନ୍ତି।

Tags: #Jeypure #Koraput #BikeTheft #BikeSeized

Comment