ଓଡ଼ିଶାଲାଇଭ୍ ବ୍ୟୁରୋ

ଆହୁରି ଦକ୍ଷ ହେବ ଓଡ଼ିଶା ଅଗ୍ନିଶମ ସେବା ବିଭାଗ। ଅଗ୍ନିଶମ ସେବା ବିଭାଗରେ ୨୬ଟି ନୂତନ ପଦବୀକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି।

ଏହି ନୂତନ ପଦବୀଗୁଡ଼ିକ ମଧ୍ୟରେ ୩ଟି ଷ୍ଟେସନ ଅଫିସର ପଦବୀ ରହିଥିବାବେଳେ ୩ଟି ଲିଡିଂ ଫାୟାର ମ୍ୟାନ ପଦବୀ ଏବଂ ୨୦ଟି ଫାୟାର ମ୍ୟାନ ପଦବୀ ରହିଛି।

ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ହେବା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇବ ବୋଲି ଆଶା ରହିଛି।

Tags: #OdishaGovt #Employment #Fireservice #NewPost

Comment