ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ଅବସରରେ ୯ ଓଡ଼ିଆ ଅଗ୍ନିଶମ କର୍ମଚାରୀଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ସାରା ଦେଶରୁ ୮୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ  ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ୯ ଓଡ଼ିଆ ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ। ଏନେଇ ଗୁରୁବାର ପ୍ରେସ୍‌ ଇନ୍‌ଫରମେସନ ବ୍ୟୁରୋ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।

ପ୍ରେସ ବିଜ୍ଞପ୍ତି ଅନୁସାରେ ମୋଟ ୮୬ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ସାହସିକତା ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ୧୪ ଜଣଙ୍କୁ ସାହସିକତା ଅଗ୍ନିଶମ ସେବା ପଦକ, ଉଲ୍ଲେଖନୀୟ ସେବା ପାଇଁ ୭ ଜଣଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ, ପ୍ରଶଂସନୀୟ କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅଗ୍ନିଶମ ସେବା ପଦକ ଦିଆଯିବ।

ସେହିପରି ୫୮ ଜଣଙ୍କୁ ହୋମ ଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ଦିଆଯିବ। ଏବଂ ୫୦ ଜଣଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପଦକ ପ୍ରଦାନ କରାଯିବ।

ଜାଣନ୍ତୁ ଓଡ଼ିଶାରୁ କେଉଁ ଅଗ୍ନିଶମ କର୍ମଚାରୀଙ୍କୁ  ମିଳିବ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ

୧-କୁମରବର ସାମଲ (ଫାୟାରମ୍ୟାନ)

୨-ବିଜୟ କୁମାର ମୁଦୁଲି (ଫିଟର ଷ୍ଟେସନ ଅଫିସର)

୩-ଜ୍ୟୋତି ପ୍ରକାଶ ରଥ (ଷ୍ଟେସନ ଅଫିସର)

୪-ଅର୍ଜୁନ ବେହେରା (ଲିଡିଙ୍ଗ ଫାୟାରମ୍ୟାନ)

୫-ସୌମେନ୍ଦ୍ରନାଥ କାନୁନଗୋ (ଫାୟାରମ୍ୟାନ)

୬-ଅମୂଲ୍ୟ କୁମାର ସମର୍ଥା (ସିଡି, ଭଲ୍ୟୁଣ୍ଟିୟର)

୭-ବିମଳ ପ୍ରସାଦ ପାଣି (ସିଡି, ଭଲ୍ୟୁଣ୍ଟିୟର)

୮-ପ୍ରକାଶ କୁମାର ଜେନା (ସିଡି, ଭଲ୍ୟୁଣ୍ଟିୟର)

୯-ଅଭିନ୍ନ ମୋହନ ସାମନ୍ତରାୟ (ହୋମଗାର୍ଡ)

Comment