ଓଡ଼ିଶାଲାଇଭ୍‌ ବ୍ୟୁରୋ   

ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ବର୍ଷ କିଛି ନୂଆ ଜିନିଷ ଦେଇକି ଯାଏ, ତା’ ସହିତ ସାଙ୍ଗରେ କିଛି ନେଇଯାଏ। ଚଳିତ ବର୍ଷ ଗୁଗୁଲ ପକ୍ଷରୁ ୧୦ଟି ପ୍ରଡକ୍ଟ୍‌ସ ଏବଂ ସେବା ବନ୍ଦ କରିଦେଇଛି। ଆସନ୍ତୁ ଜାଣିବା ୨୦୧୯ ବର୍ଷରେ ଗୁଗୁଲ ଏହାର କେଉଁ କେଉଁ ସେବା ବନ୍ଦ କରିଦେଇଛି।

ଗୁଗୁଲ ଇନ୍‌ବକ୍ସ

ଚଳିତବର୍ଷ ଗୁଗୁଲର ୪ ବର୍ଷ ପୂରୁଣା ‘Inbox by Gmail’ ଆପ୍‌ ବନ୍ଦ କରିଦିଆଯାଇଛି। ଜିମେଲ୍‌ ଉପରେ ଅଧିକ ଫୋକସ୍‌ ପାଇଁ କମ୍ପାନି ଗତ ମାର୍ଚ୍ଚ ମାସରେ ଏହାକୁ ବନ୍ଦ କରିଦେଥିବା ସୂଚନା ଦିଆଯାଇଥିଲା। ୨୦୧୪ ମସିହାରେ ଗୁଗୁଲ ଇନ୍‌ବକ୍ସ ଆପ୍‌ ଲଞ୍ଚ୍‌ ହୋଇଥିଲା।

ଗୁଗୁଲ ପ୍ଲସ୍‌

୨୦୧୯ ବର୍ଷରେ ଗୁଗୁଲ ଏହାର ସୋସିଆଲ ପ୍ଲାଟଫର୍ମ ଆପ୍‌ Google+କୁ ବନ୍ଦ କରି ଦେଇଥିଲା। ଗୁଗୁଲ ପ୍ଲସ୍‌ର ଟକ୍କର ଫେସ୍‌ବୁକ୍‌ ସହ କରାଯାଉଥିଲା। ତେବେ ୟୁଜର୍ସ ଏହାକୁ ପସନ୍ଦ ନକରିବାକୁ ଚଳିତ ବର୍ଷ ଏହାକୁ ବନ୍ଦ କରିଦିଆଯାଇଛି।

ଗୁଗୁଲ ୟୁଆର୍‌ଏଲ୍‌ ସର୍ଟନର

ଚଳିତ ବର୍ଷ ଆରମ୍ଭରେ ଗୁଗୁଲ ଏହାର ୟୁଆର୍‌ଏଲ୍‌ ସର୍ଟନର ସେବାକୁ ବନ୍ଦ କରିଦେଇଥିଲା। ଏହି ସେବା ଜରିଆରେ ଯେକୌଣସି ବଡ଼ ଲିଙ୍କ୍‌(Url)କୁ ଆମେ ଛୋଟ କଷ୍ଟମ ୟୁଆର୍‌ଏଲ୍‌ରେ ବଦଳାଇ ପାରୁଥିଲେ। ବର୍ତ୍ତମାନର bit.ly ଭଳି ଏହା କାମ କରୁଥିଲା।

ଗୁଗୁଲ ଆଲୋ

ଗୁଗୁଲ ଏହାର ଲୋକପ୍ରିୟ ମେସେଜିଂ ଆପ୍‌ Google Alloକୁ ବନ୍ଦ କରିଦେଇଛି। ୨୦୧୬ ମସିହାଷର ଗୁଗୁଲ ଏହାକୁ ଲଞ୍ଚ୍‌ କରିଥିଲା। ହେଲେ ୨୦୧୮ରୁ ଏହା ଉପରେ ନିବେଶ କରିବା କମ୍ପାନି ବନ୍ଦ କରିଥିଲା। ୨୦୧୯ ମାର୍ଚ୍ଚ ମାସରେ ଗୁଗୁଲ ସମ୍ପୂର୍ଣ୍ଣ ଭାବେ Google Allo ଆପ୍‌କୁ ବନ୍ଦ କରିଦେଇଛି।

କ୍ରୋମ୍‌କାଷ୍ଟ ଅଡିଓ

୨୦୧୫ ମସିହାରେ ଗୁଗୁଲ ଲଞ୍ଚ୍‌ କରିଥିବା କ୍ରୋମ୍‌କାଷ୍ଟ ଅଡିଓକୁ ଚଳିତବର୍ଷ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ କମ୍ପାନି ପକ୍ଷରୁ ଏହାକୁ ଆଉ ବଜାରକୁ ଛଡ଼ାଯାଉଛି। କ୍ରୋମ୍‌କାଷ୍ଟ ଅଡିଓ ଜରିଆରେ ଆପଣ ଯେକୌଣସି ପୂରୁଣା ସ୍ପିକରକୁ ୱେରଲେସ୍‌ ସ୍ପିକର କରିପାରିବେ। ଏହାସହ ନିଜ ସ୍ମାର୍ଟଫୋନ୍‌ ଜରିଆରେ ଗୀତ ବଜାଇ ପାରିବେ।

ୟୁଟ୍ୟୁବ୍‌ ଗେମିଂ

ୟୁଟ୍ୟୁବ୍‌ ଗେମିଂ ସେବା ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଚଳିତବର୍ଷ ଏହାକୁ ବନ୍ଦ କରିଦିଆଯାଇଛି। ୟୁଟ୍ୟୁବ୍‌ ଗେମିଂ ଜରିଆରେ ଆପଣ ଅନ୍‌ଲାଇନ୍‌ ଲାଇଭ୍‌ ଗେମିଂ ଖେଳିପାରିବେ। ତେବେ ଲୋକପ୍ରିୟତା ନମିଳିବାରୁ ଏହାକୁ ଚଳିତବର୍ଷ ବନ୍ଦ କରିଦିଆଯାଇଛି।

ଆରିଓ

ଚଳିତବର୍ଷ ଗୁଗୁଲ ଆରିଓ ଆପ୍‌କୁ ବନ୍ଦ କରି ଦେଇଛି। ଏହି ଆପ୍‌ରେ ଲୋକେ ନିଜ ଅଞ୍ଚଳରେ ଥିବା ହୋଟେଲ, ସଲୁନ, ଘରୋଇ ଷ୍ଟୋରରୁ ଜିନିଷ ଅନ୍‌ଲାଇନ୍‌ ଅର୍ଡର କରିପାରିବେ। ଗୋଟିଏ ପ୍ଲାଟ୍‌ଫର୍ମରେ ଲୋକେ ସବୁ ସୁବିଧା ପାଇପାରୁଥିଲେ।। ହେଲେ ଲୋକପ୍ରିୟତା ହାସଲ ନକରିବାରୁ ଚଳିତ ବର୍ଷ ଏହାକୁ ବନ୍ଦ କରିଦିଆଯାଇଛି।

ୟୁଟ୍ୟୁବ୍‌ ମେସେଜ୍‌

ୟୁଟ୍ୟୁବ୍‌ ମେସେଜ୍‌ ସେବାକୁ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ଏହି ସେବା ଜରିଆରେ ୟୁଜର୍ସ ୟୁଟ୍ୟୁବ୍‌ରେ ନିଜ ବନ୍ଧୁଙ୍କ ସହ ଚାଟିଂ କରିପାରୁଥିଲେ। ତେବେ ଚଳିତ ବର୍ଷ ଗୁଗୁଲ ଏହାକୁ ବନ୍ଦ କରିଦେଇଛି।

ଗୁଗୁଲ ଡେ’ଡିମ୍‌

ଚଳିତବର୍ଷ ଆରମ୍ଭରେ ଗୁଗୁଲ ଡେ’ଡିମ୍‌କୁ ବନ୍ଦ କରିଦିଆଇଛି। ଗୁଗୁଲ ଡେ’ଡିମ୍‌ ହେଉଛି ଗୁଗୁଲ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଭର୍ଚୁଆଲ ରିଆଲିଟି(ଭିଆର୍‌) ପ୍ଲାଟଫର୍ମ। ଏହାକୁ ଆଖିରେ ଲଗାଇ ଭିଆର୍‌ ମୋଡ୍‌ରେ ଭିଡିଓ ଦେଖି ପାରିବେ।

ଗୁଗୁଲ କ୍ଲାଉଡ୍‌ ମେସେଜିଂ

ଗୁଗୁଲ କ୍ଲାଉଡ୍‌ ମେସେଜିଂ ପ୍ଲାଟଫର୍ମ ଜରିଆରେ ଡେଭେଲୋପର ଓର୍ଭର ଏବଂ କ୍ଲାଇଣ୍ଟଙ୍କ ସହ ମେସେଜ କରିପାରୁଥିଲେ। ତେବେ ଚଳିତ ବର୍ଷ ଏହାକୁ ବନ୍ଦ କରିଦିଆଯାଇଛି। ଏହା କେବଳ ଆଣ୍ଡ୍ରଏଡ୍‌ ଏବଂ କ୍ରୋମ୍‌ରେ ହୋଇପାରୁଥିଲା।

ସେହିପରି ଚଳିତବର୍ଷ ଗୁଗୁଲ ପକ୍ଷରୁ ଏହାର ଟ୍ରାନ୍ସଲେଟର ଟୁଲ୍‌କିଟ୍‌ ସେବାକୁ ବନ୍ଦ କରିଦିଆଯାଇଛି।

Comment